ଯେହେତୁ ବୁଢୀମାନେ ଏହି ପୂଜା ଆରମ୍ଭ କରିଥିଲେ I ସେହିଦିନଠାରୁ ଏହା ବୁଢ଼ୀମେଳା ନାମରେ ସର୍ବବିଦିତ I ଏଠାରେ ମାନସିକ କଲେ ପୁଣ୍ୟ ମିଳିଥାଏ। ସେଥିପାଇଁ ପୁରୁଷ ଓ ମହିଳା ମାନେ ଏଠାକୁ ଆସି ପରିବାର ମଙ୍ଗଳ କାମନା କରିବା ପାଇଁ ଭୋରରୁ ନିକଟରେ ଥିବା ଜଳାଶ୍ରୟରେ ବାରୁଣୀ ସ୍ନାନ କରି ଗୁହାରିଆ ପଡ଼ିଥାନ୍ତି I ଅପରାହ୍ନରେ ପୂଜକ ଗୁହାରିଆ ପଡ଼ିଥିବା ଭକ୍ତ ମାନଙ୍କୁ ପଣା ଆପ୍ୟାୟିତ କରି ଉଠାଇଥାନ୍ତି I ନିଃସନ୍ତାନ ମହିଳା ମାନେ ଏଠାରେ ଗୁହାରିଆ ପଡିବା ସହିତ ନଡ଼ିଆ ବସାଇଲେ ତାଙ୍କର ମନସ୍କାମନା ପୂର୍ଣ୍ଣ ହୋଇଥାଏ I ସନ୍ତାନ ସନ୍ତତି ମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରି ଏଠାରେ ଯାଁବାଳ ପକେଇବା ସହିତ ପତାକା ଏବଂ ଭୋଗ ଲାଗି କରାଯାଉଥିବା ଦେଖିବାକୁ ମିଳେ। ତେଣୁ ଚୈତ୍ର ତ୍ରୟୋଦଶୀ ଠାରୁ ତିନିଦିନ ପର୍ଯ୍ୟନ୍ତ ଏଠାରେ ଶ୍ରଦ୍ଧାଳୁ ବ୍ୟବସାୟୀ ମାନଙ୍କ ଭିଡ ଲାଗିରହିବା ସହିତ ମିନାବଜାର ବସିଥାଏ I
ପ୍ରାଗ ଐତିହାସିକ ଯୁଗରେ ଲୋକେ ମୂର୍ତ୍ତି ପୂଜା ସହିତ ବୃକ୍ଷକୁ ମଧ୍ୟ ପୂଜା କରୁଥିଲେ I ଏହାଦ୍ୱାରା ପରିବାରର ମଙ୍ଗଳ ହେବା ସହିତ ବହୁ ରିଷ୍ଟ ଖଣ୍ଡନ ହୁଏ ବୋଲି ସେ ସମୟରେ ବିଶ୍ୱାସ ରହିଥିଲା I ବିଜ୍ଞାନ ଯେତେ ଅଗ୍ରଗତି କଲେ ମଧ୍ୟ ମଣିଷକୁ ସେହି ପୁରୁଣା ପରମ୍ପରା ଠାରୁ ଦୁରେଇ ପାରିନାହିଁ I ଆଜି ବି ମଣିଷ ସେହି ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ଚଳାଇଛି ଉଦ୍ୟମ I ସେଥିପାଇଁ ମୂର୍ତ୍ତି ପୂଜା ସହିତ ବୃକ୍ଷ ପୂଜାକୁ ଭକ୍ତିର ଏକ ବଡ ମାଧ୍ୟମ କରିଛି ଆଜିର ସମାଜ I
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ