ସିରିଜ ବିବାହ କରି ଅଡୁଆରେ ରସିକିଆ ବିଲଡର। ୨ ଜଣ ଯୁବତୀ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି। ଯାହା ଆଜି ରାଜଧାନୀ ଭୁବନେଶ୍ବରରେ ପଦାରେ ପଡିଛି।
ଅଭିଯୋଗକାରିଣି ଯୁବତୀ କହିଛନ୍ତି, ‘ମୋ ଆଗରୁ ସିଏ ଆଜ୍ଞା ଆହୁରୀ ୨ଟା ଝିଅଙ୍କୁ ବାହା ହେଇଥିଲା।’
ଝିଅମାନଙ୍କୁ ଏନଜଏ କରିବା ଓ ଏହି ଆଳରେ ପଇସା ରୋଜଗାର କରିବା ତାଙ୍କର ସଉକ ଥିଲା।
୨୦୧୮ରେ ଜୁଲାଇ ୧୫ରେ ସେ ଜଣଙ୍କୁ ବାହାହେଲେ। ୫ ରୁ ୬ ମାସ କାଟିବା ପରେ ସନ୍ତାନଟିଏ ପେଟରେ ରହିବା ପରେ ନିର୍ଯାତନା ଦେଲେ। ପରେ ତାଙ୍କୁ ଛାଡି ଦେଇଥିଲେ। ତାଙ୍କଠୁ ବହୁତ ଟଙ୍କା ଆଣିଥିଲେ ରସିକିଆ ବିଲଡର।
୨୦୨୧ ଫେବୃୟାରୀ ୯ରେ ସେ ନିଆଳି ଅଞ୍ଚଳର ଆଉ ଜଣଙ୍କୁ ବାହାହେଲେ । ଏହା ଆରେଞ୍ଜ ମ୍ୟାରେଜ ଥିଲା। ମାତ୍ର ୧ ମାସ ବାହାଘର ପରେ ଧୋକେବାଜ ସ୍ବାମୀର ଚିତ୍ର ଚରିତ୍ର ସାମ୍ନାକୁ ଆସିଲା।
ଉଭୟ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି।