ଚାଳକ ର ଅସାବଧାନତା କାରଣରୁ ପାର୍କିଂ ଜାଗାରେ ଶୋଇ ରହିଥିବା ଏକ ଷଣ୍ଢ ଉପରେ ଗାଡିଟି ଚାଲିଯିବା ଫଳରେ ବିଚରା ଷଣ୍ଢଟି ବସ ତଳେ ରହିଯାଇଥିଲା। ଯାହାଦ୍ୱାରା ଷଣ୍ଢ ଟି ଆଉ ବାହାରକୁ ବାହାରି ପାରିନଥିଲା। ବସ୍ ତଳେ ଷଣ୍ଢର ଏ ଅବସ୍ଥା ଦେଖିଲା ପରେ ସ୍ଥାନୀୟ ବାସିନ୍ଦା ଏନେଇ ବାଙ୍କୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ବାଙ୍କୀ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପଂହଁଚି ଦୀର୍ଘ 2 ଘଣ୍ଟାର ଅପରେସନ ପରେ ଷଣ୍ଢ ଟିକୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିଥିଲେ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।