ଗ୍ରାମରେ ପଡୁଛି ମେଞ୍ଚା ମେଞ୍ଚା ଗୁଳି । ଛକ ବଜାର ଠାରୁ ଆଇମ୍ଭ କରି ଲୋକଙ୍କ ଘରେ ମଧ୍ୟ ପଡୁଛି ଗୁଳି । ଗୁଳିର ପ୍ରେସର ଏତେ ଅଧିକ ରହିଛି ଯେ ଘରର ଆଜ ବେଷ୍ଟ କଣା ହେଇ ଯାଉଛି ଏବଂ ବହୁ ଜନସାଧାରଣ ମଧ୍ୟ ଗୁଳିରେ ଖଣ୍ଡିଆ ଖାବରା ହୋଇଛନ୍ତି । ଜଣେ ମହିଳାଙ୍କ ହାତରେ ଗୁଳି ବାଜିବା ପରେ ଅପରେସନ ହୋଇ ଗୁଳି କାଢିଥିବା କହିଥିବାବେଳେ ଗ୍ରାମ ମୁରବି ଅଭିଯୋଗ ଆଣଛନ୍ତି ସରକାର ପଦକ୍ଷେପ ନନେଲେ ରାଜରାସ୍ତାକୁ ଓହ୍ଲାଇବୁ ।
ଖାଲି ଜନସାଧାରଣ ନୁହେଁ ଗ୍ରାମର ଗାଇ ଗୋରୁ ମଧ୍ୟ ଗୁଳି ମାଡର ଶିକାର ହୋଇଛନ୍ତି । ସବୁଠାରୁ ବଡ କଥା ଛୋଟ ଛୋଟ ସ୍କୁଲ ପିଲାମାନଙ୍କ ପାଇଁ ଅଭିବାଭକମାନେ ଏବଂ ଦୋକାନୀମାନେ ମଧ୍ୟ ଚିନ୍ତାରେ କେତବେଳେ ଯେ କାହା ମୁଣ୍ଡରେ ବାଜି ଯିବ କହିହେବ ନାହିଁ । କେବଳ ଇଶ୍ଵର ଭରଷା, ତଦନ୍ତ କରି ପଦକ୍ଷେପ ନେବାକୁ ଗ୍ରାମର ଜନସାଧାରଣ ଦାବି କରିଥିବାବେଳେ ଆଠଗଡ଼ ତହସିଲଦାର କହିଛନ୍ତି ଏହାର ତଦନ୍ତ ହେବ ।
ଜନସାଧାରଣଙ୍କ ସୁରକ୍ଷା ଦିଗରେ ଆଠଗଡ଼ ତଥା କଟକ ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ନେଉଛି ନା ଜନସାଧାରଣ ଆଗାମୀ ଦିନରେ ଗୁଳିମାଡ଼ର ଶିକାର ବଢୁଛି ତାହା ସମୟକୁ ଅପେକ୍ଷା ।