ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ : ବୁର୍ଲା ଭିମସାରରେ ଏମ. ଆର. ଆଇ ସେବା ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ନେଇ ସୂଚନା ଦେଲେ ମେଡିକାଲ ଅଧିକ୍ଷକ ଡା ଲାଲମୋହନ ନାୟକ । ଆଉ ରୋଗୀଙ୍କୁ ମିଳିବ ନାହିଁ ଏମ.ଆର.ଆଇ ସେବା, ସରକାରୀ ଦରରେ ରାଜି ନ ହୋଇ ଚୁକ୍ତିରୁ ଓହରି ଗଲା ପରିଚାଳନା ଦାୟିତ୍ବରେ ଥିବା ସଂସ୍ଥା। ପ୍ରଭାବିତ ହେବେ ସମଗ୍ର ପଶ୍ଚିମ ଓଡିଶା ରୋଗୀ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: ଏସଏଚଜି ଗୃପ ମହିଳାଙ୍କ ନିକଟରୁ ଟଙ୍କା ନେଇ ସିଆରପି ଫେରାର। ଏଣେ ମହିଳାମାନେ ଆସି ସିଆରପିଙ୍କ ସ୍ୱାମୀଙ୍କୁ ଘେରିଛନ୍ତି। ମହିଳାଙ୍କ ଟଙ୍କା ଠକି ନେବା ସହିତ ୨୧ ବର୍ଷ ଧରି ବୈବାହିକ ଜୀବନ ବିତାଇଥିବା ସ୍ୱାମୀକୁ ବି ଛାଡି ଅନ୍ୟ ଯୁବକ ସହିତ ଫେରାର ହୋଇଯାଇଛନ୍ତି ସିଆରପି। ଯାହାକୁ ନେଇ ସ୍ୱାମୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏହି ୪୨୦ ସିଆରପି ହେଲେ ଖୁଣ୍ଟା ବ୍ଲକ ବିସିପୁର ଅଞ୍ଚଳର ସିଆରପି ଆଠପଡା ଗ୍ରାମର ବାସନ୍ତୀ ମୁର୍ମୁ। ଗତ ମାସ ସ୍ଥାନୀୟ ବିଭିନ୍ନ ଏସଏଚଜି ଗୃପର ମହିଳାଙ୍କ ଲୋନ ପାସ କରାଇ ଦେବା ପରେ ସେମାନଙ୍କ ନିକଟରୁ ଅଢେଇ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଠକି ନେଇ ସ୍ୱାମୀ କୁ ଛାଡି ଅନ୍ୟ ଜଣେ ଯୁବକ ସହିତ ଫେରାର ହୋଇଯାଇଛନ୍ତି।
ଏହି ଖବର ଜଣାପଡିବା ପରେ ଗୃପର ମହିଳାମାନେ ଆସି ବାସନ୍ତୀଙ୍କ ସ୍ୱାମୀଙ୍କୁ ଟଙ୍କା ଫେରାଇବାକୁ ଦାବି କରିଛନ୍ତି। ଯାହାକୁ ନେଇ ବାସନ୍ତୀଙ୍କ ସ୍ୱାମୀ ଡ଼ମାନ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ହେଲେ ଏହି ୪୨୦ ସିଆରପି ନିଜର ୨ ଭେଣ୍ଡିଆ ପୁଅ, ରୋଗାକ୍ରାନ୍ତ ସ୍ୱାମୀକୁ ଛାଡି ଯାଇଥିବା ବେଳେ ତୁରନ୍ତ ତାଙ୍କୁ ପୋଲିସ ଖୋଜି ଠକି ନେଇଥିବା ଟଙ୍କା ଉଦ୍ଧାର କରିବାକୁ ଦାବି କରିଛନ୍ତି ଠକାମୀର ଶିକାର ହୋଇଥିବା ମହିଳା।
ଅଧିକ ପଢ଼ନ୍ତୁ ଓଡିଶା ଖବର: