ସମ୍ବଲପୁର: ପୁଣି ବୁର୍ଲା ଭିସୁଟ ୩ ଦିନ ପାଇ ସଟଡାଉନ । ଭିସୁଟରେ କର୍ମଚାରୀ କରୋନା ଆକ୍ରାନ୍ତ ହେଉଥିବାରୁ ସଟଡାଉନ କରାଯାଉଛି । ଦିଘ ୪ ଦିନ ହେବ ଲଗାତାର ପ୍ରତ୍ୟେକ ଦିନ ଗୋଟିଏ ଲେଖାଏ ପଜିଟିଭ ଚିହ୍ନଟ ହେଉଛନ୍ତି । ଶୁକ୍ରବାର ଭିସୁଟର ବିତ୍ତ ନିୟନ୍ତ୍ରକ, ଗୁରୁବାର ଏମସିଏର ଜଣେ ଆସିଷ୍ଟାଣ୍ଟ ପ୍ରଫେସର, ବୁଧବାର ଆଇଟି ବିଭାଗର ଜଣେ ପ୍ରଫେସର ଓ ମଙ୍ଗଳବାର ସେହି ବିଭାଗର ପୁଣି ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ପୁର୍ଵରୁ ମଧ୍ୟ ଅନେକସଂଖ୍ୟାରେ ଚିହ୍ନଟ ହୋଇଥିବାବେଳେ ଏବେ ୨୦ ରୁ ଉର୍ଦ୍ଧ ହୋଇଥିବା ଜଣାପଡିଛି । ତେଵେ ଏହାକୁ ଦୃଷ୍ଟିରେ ରଖି ଭିସୁଟ କୁ ବିସୋଧନ ପାଇ ୩ ଦିନ ସଟଡାଉନ ଘୋଷଣା କରାଯାଇଛି । ଆଜି ବା ଅର୍ଥାତ ଶନିବାର ରୁ ସୋମବାର ପର୍ଯ୍ୟନ୍ତ କ୍ୟାମ୍ପସ ବନ୍ଦ ରହିବା ସମୟରେ ବିଶୋଧନ ହେବ । ତେବେ ଏହି ୩ ଦିନ ସମସ୍ତେ ଘରେ ଅନଲାଇନ ମଧ୍ୟମରେ କ୍ଲାସ କରିବେ ବୋଲି କୁଳସଚିନ ନିର୍ଦ୍ଦେଶ ଦେଇଛନ୍ତି ।