ଉତ୍ତରାଖଣ୍ଡରେ ପ୍ରବଳ ତୁଷାରପାତ
ନିଆଁ ଗଦାରେ ପୋଡି ହୋଇ ଯୁବକ ଗୁରୁତର

ଢେଙ୍କାନାଳ: ନିଆଁ ଲଗାଇବା ହେଲା କାଳ । ନିଆଁ ଗଦାରେ ପୋଡି ହୋଇ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଏହି ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମୁକ୍ତାପଶି ଗାଁରେ ।
ଗାଁର ମଝିଖମଣ ସାହିର ସନ୍ତୋଷ ମୁଣ୍ଡା ନିଜ ଘର ସାମ୍ନାରେ ଥିବା କିଛି ପାଳରେ ନିଆଁ ଲଗାଉଥିବାବେଳେ ନିଆଁ ଭିତରେ ପଡି ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଅଛି । ତେବେ ତାଙ୍କ ଶରୀରର ପେଟ ଠାରୁ ଅର୍ଦ୍ଧେକ ଅଂଶ ପୋଡି ଯାଇଥିବା ଜଣାପଡିଛି ।
Download Argus News App
