ସୂଚନାମୁତାବକ, ହେମଗିରି ଥାନା ଗୋପାଳପୁର ଗାଁର ତିନି ସାଙ୍ଗ ରୋହନ ପାଣ୍ଡେ, ଶ୍ୟାମ ଦିଗାଲ ଓ ଓମ ଭୈଶାଲ କୌଣସି କାମରେ ବାଇକ୍ରେ ଦ୍ରୁତ ଗତିରେ ଯାଉଥିଲେ। ଏହି ସମୟରେ ସମ୍ମୁଖରୁ ଆସୁଥିବା ଏକ ଯାତ୍ରୀବାହୀ ବସ୍ରେ ପିଟି ହୋଇଯାଇଥିଲା ବାଇକ୍। ଘଟଣାସ୍ଥଳରେ ଦୁଇ ବନ୍ଧୁ ରୋହନ ଓ ଶ୍ୟାମଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଓମ୍ ଙ୍କୁ ସ୍ଥାନୀୟ ଲୋକେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଓମ୍ ଙ୍କ ମୃତ୍ୟୁ ଘଟିଛି।
ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସୁନ୍ଦରଗଡ଼ ସରକାରୀ ମେଡ଼ିକାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।