ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଜଗତସିଂହପୁର: ଜଗତସିଂହପୁର ନାଉଗାଁ ଥାନା ମୁଣ୍ଡାଳ ଛକରେ ଦୁର୍ଘଟଣାରେ ଜଣେ ମୃତ । ଅଭିରାମ ନାମକ ଏକ ବସ ନାଉଗାଁ ଯାଉଥିବା ସମୟରେ ଏକ ମଟର ସାଇକେଲକୁ ଧକା ଦେବା ଫଳରେ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ମୃତ ଯୁବକ ହେଲେ ବ୍ରିଜସ ରୋସନ୍ ରାୟ । ମୃତ ଯୁବକଙ୍କୁ ରାସ୍ତା ଉପରେ ରଖି ରାସ୍ତା ରୋକ ସହିତ ତିବ୍ର ଆନ୍ଦୋଳନ ଦେଖାଦେଇଛି । ଘଟଣାସ୍ଥଳରେ ନାଉଗାଁ ପୋଲିସ ପହଞ୍ଚି ବୁଝାସୁଝା କରୁଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ : ଫସର୍ ଫାଟିଗଲା ଗଞ୍ଜେଇ ମାଫିଆଙ୍କ ଚାଲାକି । ପୋଲିସକୁ ଚକମା ଦେଇ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଚୋରା ଚାଲାଣ ବେଳେ ଧରାପଡିଲେ ତିନି ଯୁବକ । ଦୁଇ କାର ସହ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କଲା ବରଗଡ଼ ଟାଉନ ପୋଲିସ । ଦୁଇଟି ଏର୍ଟିଗା କାରର ଝରକା ଭିତରୁ ମିଳିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବରଗଡ଼ ହଳଦୀପାଳି ଛକରେ ଚୋରା ଚାଲାଣ ବେଳେ ଧରିଲା ବରଗଡ଼ ଟାଉନ ପୋଲିସ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ବୌଦ୍ଧ-ସୋନପୁର ଅଞ୍ଚଳରୁ ଛତିଶଗଡ଼କୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣାପଡିଛି । ସବୁଠାରୁ ବଡ଼ କଥା ଯେ ଗୋଟିଏ ଗାଡିର ନେମ୍ ପ୍ଲେଟରେ ଜିଲ୍ଲା ଉପାଧ୍ୟକ୍ଷ ଛତିଶଗଡ଼ କଂଗ୍ରେସ କମିଟି ବୋଲି ଲେଖା ଯାଇଛି । ଏହି ଘଟଣାରେ ପୋଲିସ ତିନି ଜଣଙ୍କୁ ଅଟକ ରଖିଛି ।
ଛତିଶଗଡ଼ ରାଜ୍ୟ ଜଗଦଲପୁର ଜିଲ୍ଲା ମସନିଆ ଗାଁର ଜୟ ସାହୁ, ଅଭିଷେକ ସିଦାର ଓ ବିଜୟ କୁଶୱାହା ନାମକ ତିନି ଜଣ ଯୁବକଙ୍କୁ ପୋଲିସ ଅଟକ ରଖିବା ସହ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଓ ଦୁଇଟି କାରକୁ ଜବତ କରି ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ବରଗଡ଼ ଟାଉନ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ଅର୍ଗସ ବ୍ୟୁରୋ: ଗଣେଶ ପୂଜା ପାଇଁ ସଵୁଠି ଗଣେଶଙ୍କ ମୂର୍ତ୍ତି ତିଆରି ହୋଇଥାଏ। କିଏ କାଗଜରେ ଗଣପତିଙ୍କୁ ଗଢିଛି, ତ କିଏ ଫଳରେ ସଜେଇଛନ୍ତି ବାପାଙ୍କୁ। କିନ୍ତୁ ଏଠାରେ ହୋଇଛି କିଛି ଅଲଗା, ଦେଶର ସଵୁଠୁ ଦାମୀ ମୂର୍ତ୍ତି। ସୁନା, ଚାନ୍ଦୀକୁ ନେଇ ହୋଇଛି ବିଶେଷ ପ୍ରସ୍ତୁତି। ଆଉ କୁହାଯାଉଛି କି ଏହା ଦେଶର ଦାମୀ ଗଣେଶ ମୂର୍ତ୍ତୀ। ଗଣେଶ ପୂଜାକୁ ନେଇ ମୁମ୍ୱାଇ ସହର ବେଶ ପ୍ରସିଦ୍ଧ। ପ୍ରତିବର୍ଷ କିଛି କିଛି ନୂଆ କରିବା ଆଶାରେ ସେଠାରେ ଭିନ୍ନ ଭିନ୍ନ ଧରଣର ମୂର୍ତ୍ତୀ ତିଆରି ହୋଇଥାଏ। ଚଳିତ ବର୍ଷ ମଧ୍ୟ ମୁମ୍ୱାଇରେ ଦେଶର ଧନୀ ଗଣେଶ ମୂର୍ତ୍ତି ତିଆରି ହୋଇଛି।
ମୁମ୍ବାଇ, ଜିଏସ୍ବି ସେବା ମଣ୍ଡଳର ‘ମହାଗଣପତି’ ଅର୍ଥାତ ଦେଶର ସବୁଠୁ ଧନୀ ଗଣେଶ ମୂର୍ତ୍ତି ତିଆରି ହୋଇଛି ବୋଲି କୁହାଯାଉଛି । ମୂର୍ତ୍ତିରେ ଲାଗିଛି ୬୭ କେଜି ସୁନା, ୨୯୫ କେଜି ରୁପା ୩୬୦ କୋଟିର ବୀମା ମଧ୍ୟ ହୋଇଛି। ଏହାର ଭିନ୍ନ ଧରଣର ସାଜସଜ୍ଜାକୁ ନେଇ ସଵୁବେଳେ ଚର୍ଚ୍ଚା ହୋଇଥାଏ। ବହୁ ପୂରାତନ ଭାବେ ଏଠାରେ ଗଣେଶ ପୂଜା ପାଳି ଆସୁଛନ୍ତି। ଆଉ ଏବର୍ଷ ଏହି ଗଣେଶ ମୂର୍ତ୍ତିକୁ ୬୬.୫ କିଗ୍ରା ସୁନା ଅଳଙ୍କାର, ୨୯୫ କିଗ୍ରାରୁ ଅଧିକ ରୁପା ଅଳଙ୍କାର ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁରେ ସଜ୍ଜିତ କରାଯାଇ ଆହୁରି ଆକର୍ଷଣୀୟ କରାଯାଇଛି। ଯାହାକୁ ଦେଖିବା ପାଇଁ ଦୂରଦୂରାନ୍ତରରୁ ଲୋକେ ଧାଇଁ ଆସୁଛନ୍ତି।
ମୁମ୍ବାଇର ପୂର୍ବ ଭାଗରେ କିଙ୍ଗ୍ସ ସର୍କଲରେ ଗଣେଶ ପୂଜା ୬୯ ବର୍ଷ ହେଲା ହୋଇ ଆସୁଛି। ସୁରକ୍ଷା ବ୍ୟବସ୍ଥା ପାଇଁ ଏଠାରେ ଫେସ ରିକଗନିସନ ବ୍ୟବସ୍ଥା ମଧ୍ୟ ହୋଇଛି। ସଵୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଚଳିତବର୍ଷ ଏହି ପୂଜା ପାଇଁ ୩୬୦.୪୦ କୋଟି ଟଙ୍କାର ବୀମା ପୂଜା କମିଟି ପକ୍ଷରୁ ନିଆଯାଇଛି। ଉତ୍ତରପ୍ରଦେଶରେ ରାମ ମନ୍ଦିରର ନିର୍ମାଣ ଏବଂ ଉନ୍ମୋଚନ ଉପଲକ୍ଷେ ଏଠାରେ ହୋମ କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: କୁହାଯାଏ ମାଆ ଗାଳି ଦାଣ୍ଡ ଧୂଳି। କିନ୍ତୁ ମାଆଙ୍କ ଗାଳି ଶିଶୁ ଆତ୍ମହତ୍ୟା କରିବାକୁ ଯାଇଥିଲେ ବଲିଉଡର ଏହି ପ୍ରସିଦ୍ଧ ଅଭିନେତ୍ରୀ। ଆଜ୍ଞା ହଁ, ଏହା ସତ କଥା। ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶାବନା ଆଜମୀ। ଯିଏ ଆଜି ମାଆ ଭୂମିକାରେ ଅନେକଙ୍କ ହୃଦୟରେ ଅଛନ୍ତି। ୧୬୦ରୁ ଅଧିକ ଫିଲ୍ମ କରିଥିବା ଶାବନାଙ୍କୁ ୨୦୧୨ରେ ପଦ୍ମଭୂଷଣରେ ସମ୍ମାନିତ କରାଯାଇଥିଲା। ସେପ୍ଟେମ୍ୱର ୧୮, ୧୯୫୦ରେ ସାୟର କୈଫି ଆଜମୀ ଏବଂ ଥିଏଟର ଆର୍ଟିଷ୍ଟ ସୌଜିତ ଆଜମୀଙ୍କ ଘରେ ଜନ୍ମ ନେଇଥିଲେ ଶାବନା। ବାପା-ମାଆଙ୍କ ଏହି ଅଭିନୟ କଳାକୁ ବଢ଼ାଇଥିଲେ ଆଗକୁ। ପିଲାଟି ବେଳୁ ବଡ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ଶାବନା କେବେ ବି ବାପା-ମାଆଙ୍କ ନିକଟରେ ମନଖୁସି କରିବା ପାଇଁ ଟଙ୍କା ଦାବି କରିନଥିଲେ। ଏପରିକି ପରିବାରକୁ ସହାୟତା ଦେବା ପାଇଁ କଫି ବିକ୍ରି କରିଥିଲେ।ନିଜର ୭୩ତମ ଜନ୍ମଦିନ।
୧୯୭୪ରେ ଫିଲ୍ମ ଅଙ୍କୁର ମାଧ୍ୟମରେ ବଲିଉଡରେ ପାଦ ଥାପିଥିବା ଶାବନା ଅନେକ ସଫଳ ଓ ଐତିହାସିକ ଫିଲ୍ମ କରି ନିଜର ଏକ ସ୍ୱତନ୍ତ୍ର ସ୍ଥାନ ଦର୍ଶକଙ୍କ ହୃଦୟରେ କରିପାରିଛନ୍ତି। ଶାବନାଙ୍କ ଜୀବନରେ ଏମିତି ଅନେକ କିଛି ଘଟଣା ଘଟିଛି ଯାହା ତାଙ୍କର ପ୍ରଶଂସକମାନଙ୍କୁ ଜଣାନଥିବ। କୁହାଯାଏ ଯେ, ଥରେ ତାଙ୍କୁ ମା' ଗାଳି କରିବାରୁ ସେ ଆତ୍ମହତ୍ୟା କରିବାକୁ ପହଞ୍ଚି ଯାଇଥିଲେ ରେଳଧାରଣାରେ। ହେଲେ ସେଠାରେ ଜଣେ ଗାର୍ଡ ତାଙ୍କୁ ଦେଖି ଦେଇଥିଲା। ଗୋଟିଏ ସମୟ ଏପରି ଆସିଥିଲା ତାଙ୍କ ଜୀବନରେ ଯେ, ପରିବାରକୁ ଆର୍ଥିକ ସହାୟତା ଦେବା ପାଇଁ ସେ ପେଟ୍ରୋଲ ପମ୍ପରେ କଫି ବିକିବାକୁ ବାଧ୍ୟ ହୋଇଥିଲେ।
ମାଆଙ୍କ ସହ ନିୟମିତ ଥିଏଟରକୁ ଯାଉଥିବାବେଳେ ଜଣେ ନିର୍ଦ୍ଦେଶକ ଶାବନାଙ୍କୁ କିଛି ଅଭିନୟ ପାଇଁ ପରାମର୍ଶ ଦେଇଥିଲେ। ଆଉ ଏଥିରେ ସେ ଖୁସି ହୋଇଯାଇଥିଲେ। ୧୯୭୩ରେ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟରୁ ଗ୍ରାଜୁଏସନ କରିବା ପରେ ୧୯୭୪ରେ ଶ୍ୟାମ ବେନେଗଲଙ୍କ ନିର୍ଦ୍ଦେଶନାରେ ବନିଥିବା ଫିଲ୍ମ ଅଙ୍କୁର ମାଧ୍ୟମରେ ପଦାର୍ପଣ କରିଥିଲେ ବଲିଉଡରେ। ଆଉ ତା ପରେ ସେ ପଛକୁ ଚାହିଁନତିଲେ। ତାଙ୍କ ଅଭିନୟ ଧିରେ ଧିରେ ଦର୍ଶକଙ୍କ ହୃଦୟ ଛୁଇଁଥିଲା।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: