ସୂଚନା ଅନୁସାରେ ମାଣିକେଶ୍ବରୀ ନାମକ ଯାତ୍ରୀ ବାହି ବସ ସବୁଦିନ ପରି ତା ଗନ୍ତବ୍ୟ ସ୍ଥଳରୁ ବାହାରିଥିଲା l ରାତି ପ୍ରାୟ 3 ଟା ସମୟରେ ନୟାଗଡରୁ ଯାତ୍ରୀଙ୍କୁ ଓହ୍ଲାଇ ଭୁବନେଶ୍ୱର ଅଭିମୁଖେ ଯାଉଥିଲା l ଇଟାମାଟି ପ୍ରେଟୋଲ ପମ୍ପ ନିକଟରେ ଏକ ମାଲ ବୋଝେଇ ଟ୍ରକ ଠିଆ ହୋଇଥିଲା l ଯାତ୍ରୀବାହି ବସଟି ଟ୍ରକ ପଛ ପାଖରେ ମାଡ଼ କରିଥିଲା l
ଖବର ପାଇ ଇଟାମାଟି ଥାନା IIC ବିଶ୍ୱଜିତ ରାଉତରାୟ ଘଟଣା ସ୍ଥଳରେ ପହଂଚି 108 ଆମ୍ବୁଲାନ୍ସ ଓ ଅଗ୍ନିସମ ବିଭାଗ ସହାୟତା ରେ 7 ଜଣ ଯାତ୍ରୀ ଙ୍କୁ ଉଦ୍ଧାର କରି ନୟାଗଡ ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଥିଲେ l
ଡାକ୍ତର ଜଣେ ଯାତ୍ରୀକୁ ମୃତ ଘୋଷଣା କରିଥିବା ବେଳେ 2 ଜଣ ଯାତ୍ରୀ ଗୁରୁତର ଥିବାରୁ ଭୁବନେଶ୍ୱର ସ୍ଥାନାନ୍ତରିତ ହୋଇଛନ୍ତି l ଇଟାମାଟି ପୋଲିସ ୨ଟି ଗାଡିକୁ ଜବତ କରିଛି ତଦନ୍ତ ଚଳାଇ ଥିବା ବେଳେ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି ।