କିଏ ବାଜିମାରିବ ବ୍ରଜରାଜନଗର, କାହା ମୁଣ୍ଡରେ ବିଜୟ ମୁକୁଟ ପିନ୍ଧାଇବେ ବ୍ରଜରାଜନଗରବାସୀ ତାହା ତ ସମୟ କହିବ। କିନ୍ତୁ ତା ପୂର୍ବରୁ ସବୁ ଦଳ ନିଜର ଚେଷ୍ଟା ଜାରି ରଖିଛନ୍ତି। ଏଥର ମୈଦାନରେ ୧୧ ପ୍ରାର୍ଥୀ । କିନ୍ତୁ ମୁଖ୍ୟ ପ୍ରତିଦ୍ବନ୍ଦିତା ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହେବ । ବିଜେଡି ସହ ବିଜେପି ପକ୍ଷରୁ ଷ୍ଟାର ପ୍ରଚାରକ ମୈଦାନରେ ଲୋକଙ୍କ ନିଜ ସପକ୍ଷରେ ଭୋଟ୍ ମାଗୁଛନ୍ତି ।
ବିଜେପି ପକ୍ଷରୁ ଆସନ୍ତା କାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ଜଣାପଡିଛି। ଏଥର ବିଜେପି ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକାରେ ୫ କେନ୍ଦ୍ରମନ୍ତ୍ରୀ ରହିଛନ୍ତି। କଂଗ୍ରେସ ମଧ୍ୟ ପ୍ରାଚର ମୈଦାନରେ ନିଜର ପୂରା ଜୋର୍ ଲଗାଉଛି।