ଭଗବାନ ବିର୍ସା ମୁଣ୍ଡାଙ୍କ ସମ୍ମାନରେ ତାଙ୍କର ଜୟନ୍ତୀ ଦିବସ ଠାରୁ ପାଖାପାଖି ସପ୍ତାହେ ବ୍ୟାପୀ ‘ଜନଜାତୀୟ ଗୌରବ ଦିବସ’ ପାଳନ କରିବା ପାଇଁ ଭାରତ ସରକାରଙ୍କ ଏହା ଯୁଗାନ୍ତକରୀ ନିଷ୍ପତି । ଏହି ନିର୍ଣ୍ଣୟ ଓଡ଼ିଶା ସମେତ ଦେଶର ଜନଜାତି ସଂପ୍ରଦାୟଙ୍କ ପୂର୍ବ ବୀରଗାଥା ଏବଂ ଗୌରବମୟ ଇତିହାସକୁ ଉଜ୍ଜିବୀତ କରିବା ସଙ୍ଗେସଙ୍ଗେ ସେମାନଙ୍କ ସଂସ୍କୃତି, ପରମ୍ପରା ସାରା ଭାରତବର୍ଷରେ ଆଦୃତ ହେବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।
ଏହାବ୍ୟତିତ କେନ୍ଦ୍ର କ୍ୟାବିନେଟର ବିଭିନ୍ନ ନିଷ୍ପତି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଆଗାମୀ ୨୦୨୧-୨୨ ଆଖୁ ଚାଷ ସମୟରେ ଇଥାନଲ ବ୍ଲେଣ୍ଡିଂ ପ୍ରୋଗ୍ରାମ ଅନ୍ତର୍ଗତ ଆଖୁଛେଦାରୁ ପ୍ରସ୍ତୁତ ଇଥାନଲକୁ ଅଧିକ ମୂଲ୍ୟରେ କିଣିବା ପାଇଁ ନିଷ୍ପତି ନିଆଯାଇଛି । ଏହା ଦ୍ୱାରା ଇଥାନଲ ଯୋଗାଣକାରୀ ଏବଂ ଚାଷୀମାନେ ଅଧିକ ଲାଭବାନ ହେବେ ।
ସେହିପରି ବର୍ଷ ୨୦୧୪-୧୫ ରୁ ୨୦୨୦-୨୧ ବର୍ଷ ପର୍ଯ୍ୟନ୍ତ କପାର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)ର କ୍ରୟ ପାଇଁ ଭାରତୀୟ କପା ଆୟୋଗକୁ ସିଧାସଳଖ ଚାଷୀଙ୍କୁ ସାହାଯ୍ୟ କରିବା ପାଇଁ ୧୭ ହଜାର ୪୦୮ କୋଟି ଟଙ୍କା ମଞ୍ଜୁର କରାଯାଇଛି । ସେହିପରି ବର୍ଷ ୨୦୨୦-୨୧ ପାଇଁ ପ୍ୟାକେଜିଂରେ ଝୋଟର ନିରନ୍ତର ବ୍ୟବହାରକୁ ମଧ୍ୟ ସ୍ୱୀକୃତି ଦିଆଯାଇଛି।
ଏହି ନିଷ୍ପତି ଦ୍ୱାରା ଦେଶର ଲକ୍ଷ ଲକ୍ଷ ଝୋଟ ଏବଂ କପା ଚାଷୀମାନେ ଉପକୃତ ହେବେ । କପା ଏବଂ ଝୋଟ ଉତ୍ପାଦନରେ ଦେଶକୁ ଆତ୍ମନିର୍ଭର କରିବାରେ ସହାୟକ ହେବ ଏବଂ ଏହି ବର୍ଗର ଚାଷୀଙ୍କ ଉତ୍ପାଦକୁ ଉଚିତ୍ ମୂଲ୍ୟ ଦେବା ଓ ବଜାର ଉପଲବ୍ଧ କରିବା ଏବଂ ଆର୍ôଥକ ସମ୍ବଳ ବୃଦ୍ଧି କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।