ସମ୍ଭବ୍ୟ ମନ୍ତ୍ରୀପଦ ତାଲିକାରେ ଆଉ ଜଣେ ବିଧାୟକଙ୍କ ନାଁ ବି ଚର୍ଚ୍ଚାକୁ ଆସୁଛି। ସେ ହେଉଛନ୍ତି ପଦ୍ମପୁର ବିଧାୟିକା ବର୍ଷା ବରିହା। ପିତା ବିଜୟ ରଞ୍ଜନ ସିଂହ ବରିହାଙ୍କ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀ ବର୍ଷାଙ୍କ ପ୍ରାର୍ଥୀତ୍ବକୁ ମୋହର ମାରିଥିଲେ। ବର୍ଷା ବାଙ୍ଗାଲୋରରେ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ତାଙ୍କ ଶିକ୍ଷାଗତ ଯୋଗ୍ୟତା ଆଧାରରେ ସେ ନିର୍ବାଚନରେ ବିଜୟୀ ହୋଇ ପଦ୍ମପୁର ଆସନକୁ ବିଜେଡି ହାତରୁ ଯିବାକୁ ଦେଇ ନ ଥିଲେ। ଏଣୁ ଦଳ ତାଙ୍କୁ ମନ୍ତ୍ରୀପଦ ଦେଇପାରେ ବୋଲି ଚର୍ଚ୍ଚା ହେଉଛି।