ରାଜ୍ୟରେ 4 ହଜାର ପାର କଲା ସଂକ୍ରମିତଙ୍କ ସଂଖ୍ୟା...
ଭୁବନେଶ୍ଵର: 2019-20 ବର୍ଷ ପାଇଁ ପ୍ରକାଶ ପାଇଲା ସିଏଜି ରିପୋର୍ଟ। ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପନ କରିଛନ୍ତି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ବିଧାନସଭାରେ ପାରିତ ହେଲା ଓଡ଼ିଶା ଲୋକାୟୁକ୍ତ ସଂଶୋଧନ ବିଲ 2021 । ଓଡ଼ିଶା ଲୋକାୟୁକ୍ତରେ ନିଯୁକ୍ତି ପାଇଥିବା ଅଧ୍ୟକ୍ଷ ଓ ସଦସ୍ୟମାନେ ଓଡ଼ିଶା ସମେତ ସମଗ୍ର ଦେଶରେ ନିଯୁକ୍ତି ନ ପାଇବାର ବ୍ୟବସ୍ତା ଥିଲା ।
ସଂଶୋଧନ ଅନୁସାରେ ଓଡ଼ିଶାରେ ପୁନଃ ନିଯୁକ୍ତି ମିଳିବ ନାହିଁ । ମାତ୍ର ଅନ୍ୟ ରାଜ୍ୟରେ ନିଯୁକ୍ତି ପାଇପାରିବେ । ସାଧାରଣ ଓ ସାମାଜିକ, ରାଜସ୍ୱ ଓ ଆର୍ଥିକ କ୍ଷେତ୍ର ପାଇଁ ସିଏଜି ଅଡ଼ିଟ ରିପୋର୍ଟ ପ୍ରକାଶ । ସେପଟେ ବିଧାନସଭାରେ ଆଜି ବି ଧାନ କିଣା ତାତି ଲାଗି ରହିଛି । ଗୃହରେ ଅପରାହ୍ନ 4ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି।