ଅଧିକ ପଢନ୍ତୁ ଓଡ଼ିଶା ଖବର
ଦେଢ଼ ମାସ ପୂର୍ବରୁ ଏହି କେକ୍ ମିକ୍ସିଙ୍ଗ ପ୍ରସ୍ତୁତି ଆରମ୍ଭ ହେଉଥିବା ବେଳେ ବଡ଼ଦିନ ଅର୍ଥାତ ଡିସେମ୍ବର ୨୫ ତାରିଖର ଦୁଇ ଦିନ ପୂର୍ବରୁ କେକ୍ ପ୍ରସ୍ତୁତି ଆରମ୍ଭ କରାଯାଏ ଏବଂ ନିଜ ବନ୍ଧୁ, ପରିଜନ ଓ ପରିବାରବର୍ଗଙ୍କ ସହ ଅଂଶୀ କରାଯାଇଥାଏ ବୋଲି ଏସ୍ଏଚ୍ଏମ୍ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି କହିଛନ୍ତି । ବଡ଼ଦିନ ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନଙ୍କ ପର୍ବ ଏବଂ କେବଳ ଭାରତ ନୁହେଁ ସାରା ବିଶ୍ୱରେ ଏହି ପର୍ବ ପାଳନ କରାଯାଇଥାଏ । ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ମଧ୍ୟ ଭବିଷ୍ୟତରେ କିଭଳି ବଡ଼ଦିନ କେକ୍ ପ୍ରସ୍ତୁତ କରିବେ ସେ ନେଇ ନୂତନ ଶିକ୍ଷା ଗ୍ରହଣ କରିଥାନ୍ତି ବୋଲି ସେ କହିଥିଲେ ।
୧୭୦୦ ଶତାବ୍ଦୀରେ ୟୁରୋପରେ ଏହି ପାରମ୍ପରିକ କେକ୍ ମିକ୍ସିଙ୍ଗ ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏହାକୁ ଶୁଭ ସମୟ ଓ ଆନନ୍ଦର ବାର୍ତାବହ ବୋଲି କୁହାଯାଇଥାଏ । ଏହି ସମୟରେ ଅଧିକ ପରିମାଣର ଫଳ ଏବଂ ବାଦାମ ଜାତୀୟ ଫସଲ ଉତ୍ପାଦନ ହେଉଥିବାରୁ କେକ୍ ପ୍ରସ୍ତୁତ କରିବା ଖୁବ୍ ସହଜ ହୋଇଥାଏ । ଏହି ପାରମ୍ପରିକ ବଡ଼ଦିନ କେକ୍ ବା ବଡ଼ଦିନ ପୁଡିଙ୍ଗ୍ରେ ଅନେକ ପରିମାଣର ଡ୍ରାଏ ଫ୍ରୁଟ, ଅଣ୍ଡା ଏବଂ ମଇଦା ପ୍ରୟୋଗ କରାଯାଇଥାଏ । ଅନେକ କେକ୍ରେ ଡ୍ରାଏ ଫ୍ରୁଟ୍, ଚେରି, ଫ୍ରୁଟି, କାନ୍ବେରୀ, ଖଜୁରୀ ଓ ବିଭିନ୍ନ ପାନୀୟ ବ୍ୟବହୃତ ହୋଇଥାଏ । ଏହି କାର୍ଯ୍ୟକ୍ରମରେ ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମ୍ର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ଓ ଏସ୍ଏଚ୍ଏମ୍ର ଫ୍ୟାକଲ୍ଟି, ଛାତ୍ରଛାତ୍ରୀ ଏବଂ ମେମ୍ବର୍ସମାନେ ଉପସ୍ଥିତ ଥିଲେ ।