
କଳାହାଣ୍ଡି: ନୂଆବର୍ଷରେ ବଣଭୋଜି କରିବା ଏକ ନିଆରା ଆନନ୍ଦ ଦେଇଥାଏ । କିଏ ପରିବାର ସହ ତ ଆଉ କିଏ ବନ୍ଧୁମାନଙ୍କ ସହ ଭଣଭୋଜି କରିବାକୁ ବିଭିନ୍ନ ସ୍ଥାନକୁ ଯାଆନ୍ତି ।
କିନ୍ତୁ ବନ୍ଧୁମାନଙ୍କ ସହ ବଣଭୋଜି କରିବାକୁ ଯାଇ ଆଉ ଘରକୁ ନଫେରିବା ନିଶ୍ଚିତଭାବେ ଏକ ଆଶ୍ଚର୍ଯ୍ୟକର ଘଟଣା । ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିଲିଗୁଡ଼ାର ୩୨ ବର୍ଷୀୟ ରଘୁନାଥ ଜାଲ ଜାନୁଆରି ପହିଲାରୁ ବଣଭୋଜି ପାଇଁ ଯାଇ ଫେରି ନାହାନ୍ତି ।
ଭଣଭୋଜିକୁ ଡାକି ନେଇ ତାଙ୍କ ବନ୍ଧୁମାନେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ସେପଟେ ରଘୁନାଥ ଯାଇଥିବା ବଣଭୋଜି ସ୍ଥାନରୁ ଫୁଟା ଗୁଳି ଜବତ ହୋଇଛି ।
ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ରଘୁନାଥଙ୍କ ବନ୍ଧୁମାନେ କହୁଛନ୍ତି ତାଙ୍କୁ ସେମାନେ ନେଇନଥିଲେ । ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ରଘୁନାଥ ବନ୍ଧୁମାନଙ୍କ ସହ ଭଣଭୋଜି କରିବାକୁ ଯାଇଥିଲେ । ଏନେଇ ରଘୁନାଥଙ୍କ ପରିବାର ଲୋକେ ଭବାନୀପାଟଣା ଥାନା ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଅଭିଯୋଗ କରିଛନ୍ତି । ପୋଲିସ ରଘୁନାଥଙ୍କ ଦୁଇ ବନ୍ଧୁଙ୍କୁ ଅଟକ ରଖିବା ସହ ପଚରାଉଚରା କରୁଛି ।
