କେକନ୍ଦ୍ରମନ୍ତ୍ରୀଙ୍କୁ ପାଖରେ ପାଇ ବିଜେପି କର୍ମୀଙ୍କ ମନରେ ଜୋଶ ଭରିଉଠିଛି। ଅନ୍ୟପଟେ ଡିସେମ୍ବର ୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇବେ। ବିଜେଡି ପ୍ରାର୍ଥିନୀ ବର୍ଷାରାଣୀ ସିଂ ବରିହାଙ୍କ ପାଇଁ ଭୋଟ ମାଗିବେ। ପଦ୍ମପୁରର ତିନୋଟି ବ୍ଲକ ପାଇକମାଳ, ଝାରବନ୍ଧ ଓ ପଦ୍ମପୁରରେ ମୁଖ୍ୟମନ୍ତ୍ରୀ ଜନସଭା କରିବା କାର୍ଯ୍ୟକ୍ରମ ରହିଛି। ସେହିପରି ରାଜ୍ୟ ନେତୃତ୍ବଙ୍କ ଗହଣରେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ମଧ୍ୟ ନିଜର ପ୍ରଚାର ଜୋରଦାର କରିଛନ୍ତି।
ପଦ୍ମପୁର ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର, ଧର୍ମେନ୍ଦ୍ରଙ୍କ ବିଭିନ୍ନ ସ୍ଥାନରେ ରୋଡ ଶୋ

ବରଗଡ: ପଦ୍ମପୁର ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର, ମଇଦାନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି 3ଦଳର ହେଭିଓ୍ବେଟ। ପ୍ରଚାର ପାଇଁ ହାତରେ ମାତ୍ର 2ଦିନ ବାକି ଥିବା ରାଜନୈତିକ ଦଳମାନେ ଘର ଘର ବୁଲି ନିଜର ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଚଳାଇଛନ୍ତି। ବିଜେପି ପକ୍ଷରୁ ପ୍ରଦୀପ ପୁରୋହିତଙ୍କ ପ୍ରଚାରର ମଙ୍ଗ ଧରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ବିଭିନ୍ନ ସ୍ଥାନରେ ରୋଡ ଶୋ କରିବା ସହିତ ସାଧାରଣ ସଭାରେ ଯୋଗଦେଇ ଜନସାଧାରଣଙ୍କୁ ସମ୍ବୋଧନ କରୁଛନ୍ତି।
Download Argus News App
