କନ୍ଧମାଳ: କନ୍ଧମାଳ ବାଲିଗୁଡ଼ାରେ ପୁଣି ଗଞ୍ଜେଇ ଜବତ । ଗଞ୍ଜଇ ଚୋରାଚାଲାଣ ବେଳେ ବାଲିଗୁଡ଼ା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ନାଡ଼ାପାଟାଙ୍ଗ ନିକଟରୁ ୧୮୫ କେଜି ଗଞ୍ଜେଇ ସହ ବୋଲେରୋ ଜବତ କରିଛି ପୋଲିସ । ସେପଟେ ପୋଲିସକୁ ଦେଖି ଗଞ୍ଜେଇ ଭର୍ତ୍ତି ଗାଡ଼ି ଛାଡ଼ି ଫେରାର ହୋଇଯାଇଛନ୍ତି ଚାଲାଣ କାରୀ । ବାଲିଗୁଡ଼ା ଡିଏସପି ମନୋଜ କୁମାର ପୁଜାରୀ ନିଜ ଟିମ୍ ସହ ରାତ୍ରୀକାଳୀନ ପେଟ୍ରୋଲିଂ କରୁଥିବା ସମୟରେ ଭୋର ସମୟରେ ଗଞ୍ଜଇ ଭର୍ତ୍ତି ଏକ ବୋଲେରୋ ଦୃତ ଗତିରେ ବାଲିଗୁଡ଼ା ଅଞ୍ଚଳରୁ ବାରଖମା ଆଡ଼କୁ ଯାଉଥିବା ବେଳେ ପୋଲିସ ଗାଡ଼ିଟି କୁ ପିଛା କରିଥିଲା ।
ବାଲିଗୁଡ଼ା ଥାନା ନାଡ଼ାପାଟାଙ୍ଗ ନିକଟରେ ଜଙ୍ଗଲିଆ ସ୍ଥାନ ଏବଂ ଅନ୍ଧାରର ସୁଯୋଗ ନେଇ ଗଞ୍ଜେଇ ଭର୍ତ୍ତି ଗାଡ଼ି ଛାଡ଼ି ଫେରାର ହୋଇଯାଇଛନ୍ତି ଚାଲାଣ କାରୀ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ସାତ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
