ଗଞ୍ଜେଇ ମାଫିଆରୁ କରୋଡ଼ପତି । ଅଡ଼ବା ଥାନା ରାଇପଙ୍କା ଗ୍ରାମର ଚୋରା ଗଞ୍ଜେଇ ମାଫିଆ ରାଧାକାନ୍ତଙ୍କ ଘର। ଗାଡ଼ି, ବ୍ୟାଙ୍କ ବାଲାନ୍ସ୍ ସମେତ ୦୧ କୋଟି ୧୭ ଲକ୍ଷ ୫୭ ହଜାର ଟଙ୍କାର ସମ୍ପତି ଜବତ କରିଛି ଅଡ଼ବା ପୋଲିସ । ରାଧାକାନ୍ତ ନାମରେ ଗଜପତି ଜିଲ୍ଲାରେ ୧୦ ଟି ଗଞ୍ଜେଇ ମାମଲା, ରାୟଗଡ଼ା ଜିଲ୍ଲାରେ ୦୨ଟି ଗଞ୍ଜେଇ ମାମଲା ଓ ଗୋଟିଏ ହତ୍ୟା ମାମଲା ସହ ଦିଲ୍ଲୀରେ ରହିଛି ଗୋଟିଏ ଗଞ୍ଜେଇ ମାମଲା ।
ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଗଜପତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବାମଦେବ ସିଂ । ୨୦୨୧ ମାର୍ଚ୍ଚ ୧୫ ତାରିଖରୁ ସେ ଜେଲରେ ଅଛନ୍ତି।