ଅଧିକ ପଢନ୍ତୁ ଓଡ଼ିଶା ଖବର
ପ୍ରାଣ କୃଷ୍ଣ ନିଜ ପୁତ୍ର ସନ୍ତାନ ବିଷୟରେ ପଚାରିବା ପରେ ଭୁଲରେ ପୁତ୍ର ସନ୍ତାନ ଜନ୍ମ ହେଇଥିଲା ବୋଲି କହିଦେଇଛନ୍ତି ବୋଲି କହିଥିଲେ କତୃପକ୍ଷ । ଏହି ଘଟଣାରେ ତଦନ୍ତ କରାଯିବା ସହ ପ୍ରାଣକୃଷ୍ଣଙ୍କ ଝିଅ ହୋଇଥିବା ତଦନ୍ତରୁ ଜଣା ପଡ଼ିଛି ଏବଂ ଅବହେଳା ପାଇଁ ଜଣଙ୍କୁ ନିଲମ୍ବିତ ମଧ୍ୟ କରାଯାଇଛି । ସେପଟେ ଗତ ଗୁରୁବାର ରାତିରେ ମଧ୍ୟ କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ମୃତ୍ୟୁ ଘଟଣା ସାମ୍ନାକୁ ଆସିଥିଲା ଯାହାକୁ ନେଇ ହସ୍ପିଟାଲ କର୍ମଚାରୀଙ୍କୁ ସିଧାସଳଖ ଦାୟୀ କରିଛନ୍ତି ପରିବାର ଲୋକେ ।
ମହିଳା ଜଣକ ଖୋର୍ଦ୍ଧା ବେଗୁନିଆର ଚନ୍ଦ୍ରକଳା ମାନସିଂ । ଦେହ ଅତ୍ୟନ୍ତ ଅସୁସ୍ଥ ହେବାରୁ ଗୁରୁବାର ଅପରାହ୍ନରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ସନ୍ଧ୍ୟାବେଳେ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବା ସହ ମୃତ୍ୟୁ ବରଣ କରିଥିଲେ ମହିଳା ଜଣକ । ସେପଟେ ପରିବାର ଲୋକଙ୍କ ଅଭିଯୋଗ ଚିକିତ୍ସାରେ ଅବହେଳା ପାଇଁ ଜୀବନ ଗଲା ଏବଂ ଟ୍ରେନିଂ ନର୍ସ ଠିକ ଭାବେ କାମ ଜାଣି ନଥିବାରୁ ଏଭଳି ଘଟଣା ଘଟିଥିଲା ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ ।