ନବରଙ୍ଗପୁର: ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଲେ ମହିଳା ସୁପରଭାଇଜର୍ । କୋଡ଼ିଙ୍ଗା ଅଙ୍ଗନବାଡି ସେକ୍ଟରର ସୁପରଭାଇଜର୍ ରାଜେଶ୍ୱରି ନାଗ , ବନ୍ଦୀଗୁଡ଼ା ଅଙ୍ଗନୱାଡ଼ି କର୍ମୀ ସୁଭାସିତା ପାତ୍ରଙ୍କ ଠାରୁ 5400 ଟଙ୍କା ଲାଞ୍ଚ ନେବା ସମୟରେ ମାଡ଼ି ବସିଲା ଭିଜିଲାନ୍ସ ।
ସୂଚନା ଅନୁଯାୟୀ 2022 ମସିହା ଅକ୍ଟୋବର ମାସରୁ 2023 ମସିହା ଜୁଲାଇ ମାସ ସୁଦ୍ଧା ଦିଆଯାଇଥିବା ପୋଷଣ ସାମଗ୍ରୀ ଏବଂ ଖେଳନା ବାବଦରେ ପ୍ରତ୍ୟେକ ଅଙ୍ଗନବାଡ଼ି ପିଛା ଆସିଥିବା ଟଙ୍କାକୁ ମଞ୍ଜୁର କରିବା ପାଇଁ ଲାଞ୍ଚ ମାଗିଥିଲେ ମହିଳା ସୁପରଭାଇଜର୍ ।
ଆଜି ଅପରାହ୍ନ ସମୟରେ ଉକ୍ତ ଟଙ୍କାକୁ ମହିଳା ସୁପରଭାଇଜରଙ୍କୁ ଦେବା ସମୟରେ ମାଡ଼ି ବସିଥିଲା ଭିଜିଲାନ୍ସ । କୋଡ଼ିଙ୍ଗା ସେକ୍ଟର ଅଧୀନରେ ଥିବା 23 ଗୋଟି ସେକ୍ଟରର 22 ଜଣ ଅଙ୍ଗନବାଡି କର୍ମୀଙ୍କ ଠାରୁ 200 ଲେଖାଏଁ ଏବଂ ବନ୍ଦୀଗୁଡ଼ା ଅଙ୍ଗନବାଡିଙ୍କ ଠାରୁ 1000 ଟଙ୍କା , ସମୁଦାୟ 5400 ଟଙ୍କା ମାଗିଥିଲେ ମହିଳା ସୁପରଭାଇଜର୍ । ଅଧିକ ତଦନ୍ତ ନିମନ୍ତେ ପ୍ରଥମେ କୋଡ଼ିଙ୍ଗା ସେକ୍ଟର କାର୍ଯ୍ୟାଳୟ ଏବଂ କୋଷଗୁମୁଡ଼ା ସ୍ଥିତ ICDS ଅଫିସ୍ ରେ ତନାଘନା କରୁଛି ଭିଜିଲାନ୍ସ ଟିମ୍ ।
ଆହୁରି ପଢନ୍ତୁ ଓଡିଶା ଖବର...