ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ହୋଇ ପଡ଼ିଥିଲେ । ଜଗତପୁର ପୋଲିସ ପହଞ୍ଚି ଗୁରୁତର ଯୁବକକୁ ଚିକିତ୍ସା ପାଇଁ କଟକ ବଡଡାକ୍ତରଖାନା ପଠାଇବା ସହିତ ଶବ ବ୍ୟବଛେଦ ନିମନ୍ତେ ପଠାଇ ଥିଲେ । ଘଟଣା ସ୍ଥଳରୁ ଦୁର୍ଘଟଣା ଗ୍ରସ୍ତ ବାଇକ୍ ଓ ଟ୍ରକକୁ ଜବତ୍ କରି ଅଧିକ ତଦନ୍ତ ଚଳାଇଛି । ବାଇକ୍ ଚାଳକ ଦୁଇଜଣ ଭଦ୍ରକ ଅଞ୍ଚଳର ବୋଲି ଜଣାପଡିଛି।