ଏ ନେଇ ଶିକ୍ଷକ ଚାକିରୀ କରିଥିବା ମହେଶ୍ବର ହେଉଛନ୍ତି ବାଇଧର ନାୟକ ଙ୍କ ପୁଅ। ମହେଶ୍ୱର ଙ୍କ ଭାଇ କିଶୋର ଚନ୍ଦ୍ର ନାୟକ କହିଛନ୍ତି ସେ ତାଙ୍କ ନିଜର ବୋଲି। ଜାଲିଆତି କରି ଚାକିରୀ ହାତେଇଛନ୍ତି ସେ ନିଜେ ସ୍ୱୀକାର କରୁ ବୋଲି କହିଛନ୍ତି। ତାକୁ ଆଇନ ଅନୁଯାୟୀ କଠୋର ଦଣ୍ଡ ଦିଆଯାଉ ବୋଲି ପରିବାର ଲୋକମାନେ ଦାବି କରିଛନ୍ତି। ସେହିପରି ସୂଚନାଧିକାର କର୍ମୀ କହିବା ଅନୁଯାୟୀ ମହେଶ୍ବର ନାୟକ ଜାଲିଆତି କରି ଚାକିରୀ କରିଛନ୍ତି। ନିଜ ଜାତି ଖଣ୍ଡାୟତ ହୋଇଥିବା ବେଳେ ଯେ ଅନୁସୂଚିତ ଜାତି ଭୂମିଜ ଦର୍ଶାଇଛନ୍ତି। ଅନ୍ୟପଟେ ଏହି ଘଟଣା ନେଇ ବନ୍ତ ବ୍ଲକ ଶିକ୍ଷାଧିକାରୀ ପଚାରିବାରୁ ସେ କହିଛନ୍ତି କିଛିଦିନ ପୂର୍ବରୁ ସେ ଦାୟିତ୍ୱ ନେଇଛନ୍ତି ଓ ଏହି ମାମଲା କୋର୍ଟରେ ରହିଛି। କିନ୍ତୁ କୋର୍ଟ ଙ୍କ ନିକଟରେ ସମସ୍ତ ତଥ୍ୟ ରଖିବେ ବୋଲି ବନ୍ତ ବ୍ଲକର ଶିକ୍ଷା ଅଧିକାରୀଣୀ କହିଛନ୍ତି। ଅନ୍ୟପଟେ ମହେଶ୍ବର ନାୟକ ଗଣମାଧ୍ୟମ ସାମ୍ନା କୁ ଆସିନାହାନ୍ତି କି ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ହୋଇ ପାରିନାହିଁ।
ଜାତି ବଦଳାଇ ଭୁଲ ଜାତିଗତ ପ୍ରମାଣ ପତ୍ରବଳରେ ଶିକ୍ଷକ ଚାକିରୀ

ଅର୍ଗସ ବ୍ୟୁରୋ: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଧିନସ୍ଥ ଗୋବିନ୍ଦପୁର ପଞ୍ଚାୟତର ବାଇଧର ନାୟକ ଙ୍କ ଜମି ଜମାକୁ ନେଇ ଆରମ୍ଭ ହୋଇଛି ବିବଦ। ଏ ହେଉଛନ୍ତି ମହେଶ୍ବର ନାୟକ ପେଷାରେ ଜଣେ ଶିକ୍ଷକ। ଏବେ କିନ୍ତୁ ସେ ଭୁଲ ଜାତିଗତ ପ୍ରମାଣପତ୍ର ଦେଇ ସରକାରୀ ଚାକିରୀ କରିଥିବା ଅଭିଯୋଗ ଆସିଛି। ସୂଚନା ଅଧିକାର ଆଇନ ବଳରେ ଶିକ୍ଷକ ମହେଶ୍ବର ନାୟକ ଚାକିରୀ ସମୟରେ ନିଜକୁ ଭୂମିଜ ଜାତିର ବାପ ନୃସିଂହ ନାୟକ ବୋଲି ଦର୍ଶାଇ ଚାକିରୀ କରିଛନ୍ତି ବୋଲି ଅଭିଯୋଗ ହୋଇଛି। କିନ୍ତୁ ବନ୍ତ ତହସିଲ ତରଫରୁ କରାଯାଇଥିବା ତଦନ୍ତ ରିପୋର୍ଟକୁ ଆଧାର କଲେ ଜାଣିବାକୁ ମିଳେ ମହେଶ୍ବର ନାୟକ ବାଇଧର ନାୟକଙ୍କ ପୁଅ ବୋଲି।
Download Argus News App
