ଯେତେ ହର୍ଣ୍ଣ ମାରିଲେ କିମ୍ବା ସେମାନଙ୍କୁ ହଟାଇବାକୁ ଚେଷ୍ଟା କଲେ ମଧ୍ୟ ରାସ୍ତାରୁ ହଟୁନାହାନ୍ତି ଗୋରୁ । ଏପରିକି ପ୍ରତିଦିନ ଏମାନଙ୍କ ପାଇଁ ଛୋଟ ବଡ ଦୁର୍ଘଟଣା ମଧ୍ୟ ହେଉଥିବା ଦେଖିବାକୁ ମିଳିଛି। 2 ପ୍ରତିଦିନ ଏଭଳି ଗାଈଗୋରୁ ରାସ୍ତା ଉପରେ ଛିଡା ହୋଇ ରାସ୍ତା ଅବରୋଧ କରୁଥିବା ବେଳେ ପଞ୍ଚାୟତ ତରଫରୁ କୌଣସି ବ୍ୟବସ୍ଥା କରାଯାଉ ନାହିଁ । ପ୍ରସାଶନକୁ ବାରମ୍ବାର ଏ ନେଇ ଅଭିଯୋଗ କଲେ ମଧ୍ୟ କର୍ଣ୍ଣପାତ କରୁନି ପ୍ରସାଶନ ।
କିମ୍ବା ଅମାନୀଆଙ୍କଠାରୁ ଜରିମାନା ଆଦାୟ କରାଯାଉନଥିବା ହେତୁ ଗାଈ ମାଲିକ ମାନେ ନିଜ ଗୋରୁଙ୍କ ପ୍ରତି ଦୃଷ୍ଟି ନ ଦେଇ ରାସ୍ତା ଘାଟରେ ଛାଡି ଦେଉଛନ୍ତି । ଯାହାର ପରିଣାମ ଭୋଗୁଛନ୍ତି ରାସ୍ତାରେ ଯାଉଥିବା ଯାତ୍ରୀ ,ଏନେଇ ପ୍ରଶାସନ ଗାଈ ମାଲିକମାନଙ୍କୁ ତାଗିଦ୍ କରିବା ସହ ଗାଇଗୁଡିକୁ ରାସ୍ତାରୁ ହଟାଇବାର ବ୍ୟବସ୍ଥା କରାଗଲେ ଯାତ୍ରୀମାନେ ଦୁର୍ଘଟଣାରୁ ରକ୍ଷା ପାଇପାରନ୍ତେ ବୋଲି ମତ ପ୍ରକାଶ ପାଇଛି ।
ରାସ୍ତାରେ ବୁଲା ଗାଇ ଗୁରୁଙ୍କ ପ୍ରାଦୁର୍ଭାବ ବଢୁଥିବା ବେଳେ ଲୋକଙ୍କ ଯାତାୟତରେ ମଧ୍ୟ ସମସ୍ୟା ଉପୁଜୁଛି ତେଣୁ.ତୁରନ୍ତ ଏ ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ। ତେବେ ଏ ଖବର ପ୍ରସାରଣ ପରେ ପ୍ରଶାସନର ପଦକ୍ଷେପ କଣ ରହୁଛି ଦେଖବାକୁ ବାକି ରହିଲା।
ଅଧିକ ପଢ଼ନ୍ତୁ ଓଡିଶା ଖବର: