କ’ଣ ଏହି ଲିଭର ସିରୋସିସ୍ ?
ଡାକ୍ତରଙ୍କ ମତରେ ଏହା ଗୋଟିଏ ଏମିତି ରୋଗ ଯାହା ଭଲ ହେବା ସାଧାରଣ ନୁହେଁ। ଆପଣଙ୍କ ବୀପରିତ ଧର୍ମୀ ଜୀବନଶୈଳୀ ହିଁ ଏହି ରୋଗର ପ୍ରମୁଖ କାରଣ। ଲିଭର ସମ୍ପୁର୍ଣ୍ଣ ଖରାପ ହୋଇଯିବା ପରେ ହିଁ ଡାକ୍ତର ଏହାକୁ ଲିଭର ସିରୋସିସ୍ ହୋଇଛି ବୋଲି କହିଦିଅନ୍ତି। ଏହି ରୋଗ ହେବାର ଅର୍ଥ ହେଉଛି ଆପଣଙ୍କ ଲିଭର ଆଦୌ ଫଙ୍କସନ୍ କରୁନାହିଁ। ଅଥବା ଏହା ମଧ୍ୟରେ ଗଣ୍ଠି ସୃଷ୍ଟି ହେଉଛି ଅଥବା ସୁଖି ସୁଖି ସିକୁଡି ଯାଉଛି। ଏଭଳି ସ୍ଥିତରେ ଲିଭର ଟ୍ରାନ୍ସପ୍ଲାଣ୍ଟ ଏକମାତ୍ର ବିକଳ୍ପ ହୋଇଯାଏ। ଯାହା ସବୁବେଳେ ସମସ୍ତଙ୍କ କ୍ଷେତ୍ରରେ ସମ୍ଭବ ହୋଇ ନ ଥାଏ।
ଲିଭର ହେଉଛି ରବର ଭଳି ଆମ ଶାରୀରରେ ଥିବା ଏକ ଅର୍ଗାନ୍। ଯାହା ପ୍ରଭାବିତ ହେବା ପରେ ଏହେ ଶୁଷ୍କ ଏବଂ କଠିନ ହୋଇପଡେ। ଅତ୍ୟଧିକ ମଦ୍ୟପାନ ଏହାର ପ୍ରମୁଖ କାରଣ ବୋଲି ଡାକ୍ତରମାନେ କୁହନ୍ତି। ବାସ୍ତବରେ ମଣିଷର ଲିଭର ଗୋଟିଏ ସୀମା ପର୍ଯ୍ୟନ୍ତ ମଦ୍ୟପାନକୁ ଗ୍ରହଣ କରିପାରେ। କିନ୍ତୁ ଥରେ ଲିଭର ମଧ୍ୟରେ ସିଷ୍ଟ ହେଲା ଏହା ସମ୍ପୁର୍ଣ୍ଣ ଲିଭରକୁ ନଷ୍ଟ କରିପକାଏ।
କେବଳ ମଦ୍ୟପାନକୁ ଆମେ ଏହାର କାରଣ କହିବା ଅନୁଚିତ ହେବ। ହେପାଟାଇଟିସ୍ ବି ଏବଂ ହେପାଟାଇଟିସ୍ ସି ଭଳି ସଂକ୍ରମଣ ମଧ୍ୟ ଲିଭର ସିରୋସିସର ପ୍ରମୁଖ କାରଣ ବୋଲି କୁହାଯାଇପାରେ।
ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବା କେମିତି ଜାଣିବେ ଆପଣ ଲିଭର ସିରୋସିସରେ ପିଡିତ ବୋଲୀ ?
ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର କୌଣସି ସିମଟମସ୍ନ ନାହିଁ କହିଲେ ଚଳେ। କିନ୍ତୁ ଯେତେବଳେ ଏହା ବଢିବାକୁ ଲାଗେ। ସେତେବଳେ ଜଣ୍ଡିସ ଭଳି ସମସ୍ୟା ସୃଷ୍ଟି ହୁଏ। ଆଖି ହଳଦିଆ ପଡିଯାଏ। ପେଟ ଫୁଲିବାକୁ ଲାଗେ। ୨ୟ ଓ ୩ୟ ପର୍ଯାୟରେ ରୋଗୀକୁ ନିୟମିତ ହାଲିଆ ଲାଗିବା, ଭୋକ କମିଯିବା, ଦେହମୁଣ୍ଡ କୁଣ୍ଡେଇ ହେବା, ଦେହରେ ନାଲି ଚିହ୍ନ ପଡିବା ଭଳି ସମସ୍ୟା ଦେଖାଦିଏ।
କିନ୍ତୁ ୪ର୍ଥ ତଥା ଅନ୍ତିମ ପର୍ଯ୍ୟାୟରେ ରୋଗ ଚିହ୍ନଟ ହେଲେ, ସମସ୍ୟା ଗୁରୁତର ହୁଏ। ରକ୍ତବାନ୍ତି ହେବା, ମାଢି ଓ ନାକରୁ ରକ୍ତ ବାହାରିବା, କଳା ଝାଡା, ଚେତା ବୁଡିଯିବା, ପେଟରେ ପାଣି ଫୁଲିଯିବା ଭଳି ସଙ୍କେତ ଦିଏ। ଯେଉଠି ଲିଭର ଟାନ୍ସପ୍ଲାଣ୍ଟ ହିଁ ଗୋଟିଏ ବିକଳ୍ପ ହୋଇ ରହିଥାଏ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।