ଗତକାଲି ଏହି ଘଟଣଆରେ କଟକରେ ଓଏସଏଲ ଅଫିସ ଏବଂ ମହିମା ମିଶ୍ରଙ୍କ ବାସଭବନ ଏବଂ ପାରାଦୀପ କାର୍ଯ୍ୟାଳୟରେ ସିବିଆଇ ଚଢ଼ଉ କରିଥିଲା। ପାରାଦୀପ ଓ ଭୁବନେଶ୍ୱରରେ ଥିବା ମହିମାନନ୍ଦଙ୍କ ଦୁଇଟି ଘର ଏବଂ ଦୁଇଟି ଅଫିସରେ ଚଢ଼ଉ ହୋଇଥିଲା। ଗତକାଲି ମହିମାନଙ୍କ ବଡ଼ ପୁଅ ଚନ୍ଦନ ମିଶ୍ରଙ୍କୁ ସିବିଆଇ ଟିମ୍ ଦୀର୍ଘ ସମୟ ଜେରା କରିଥିଲା । ଏହି ଘଟଣାରେ ୮୫ ଲକ୍ଷରୁ ଅଧିକ ଟଙ୍କା ସିବିଆଇ ଜବତ କରିଛି। ଗତକାଲି ଚଢାଉ ବେଳେ ସିବିଆଇ ଟିମ୍ ପାରାଦୀପରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଥିବା କୁହାଯାଉଛି ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।
ମହିମା ମିଶ୍ରଙ୍କୁ ସିବିଆଇ ଜେରା ଘଟଣା; 4 ଗିରଫ

ଭୁବନେଶ୍ୱର: ହାଜର ହେଲେ ମହିମା ମିଶ୍ର । ଭୁବନେଶ୍ୱର ସ୍ଥିତ ସିବିଆଇ ଅଫିସରେ ହାଜର ହେଲେ ମହିମା ମିଶ୍ର । ଶିଳ୍ପପତି ମହିମା ମିଶ୍ରଙ୍କୁ ସିବିଆଇ ଜେରା ଘଟଣା । ଭୁବନେଶ୍ବର ଅଫିସରେ ମହିମାଙ୍କୁ ଜେରା ଚାଲିଥିବା ବେଳେ ଘଟଣାରେ ୪ଜଣଙ୍କୁ ଗିରଫ କରିଛି ସିବିଆଇ । ପାରାଦୀପ ପୋର୍ଟ ଟ୍ରଷ୍ଟର ମୁଖ୍ୟ ମେକାନିକାଲ ଇଞ୍ଜିନିୟର ସରୋଜ କୁମାର ଦାସଙ୍କ ସମେତ ସୁମନ୍ତ ରାଉତ, କେସିଟି ଗ୍ରୁପର ପୋର୍ଟ ଅପରେସନ ମ୍ୟାନେଜର ଶଙ୍ଖଶୁଭ୍ର ମିତ୍ର ଓ ଷ୍ଟିଭେଡର୍ସ ଲିମିଟେଡର ଡିଜିଏମ ସୂର୍ଯ୍ୟ ନାରାୟଣ ସାହୁଙ୍କୁ ଗିରଫ କରିଛି ପୋଲିସ। ଅନ୍ୟପଟେ ସିବିଆଇ ପକ୍ଷରୁ ଜାରି ହୋଇଥିବା ଅଭିଯୁକ୍ତ ତାଲିକାରେ ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ରଙ୍କ ନାଁ ରହିଛି।
ମାଟି ତଳୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ

ବାଲେଶ୍ୱର: ବାଲେଶ୍ୱର ସୋରରେ ମାଟି ତଳୁ ବାହାରିଲା ମହିଳାଙ୍କ ଗଳିତ ମୃତଦେହ । ମହିଳାଙ୍କୁ ଶ୍ୱଶୁର ଓ ଦିଅର ପିଟି ପିଟି ହତ୍ୟା ପରେ ପୋତି ଦେଇଥିବା ଅଭିଯୋଗ । ଏନେଇ ବାଲେଶ୍ବର ସୋର ଥାନାରେ ଅଭିଯୋଗ ହେବା ପରେ ସୋର ପୋଲିସ ଏବଂ ସ୍ଥାନୀୟ ତହସିଲଦାର ପହଁଚି ମାଟି ତଳୁ ମୃତଦେହ ଖୋଳି ବାହାର କରିବା ସହ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛନ୍ତି । ମୃତ ମହିଳା ହେଉଛନ୍ତ
Download Argus News App
