ସେମାନେ ହେଲେ ଅରୁଣ କୁମାର ମହନ୍ତ, ମହମ୍ମଦ ଆମୀର ଖାନ, ପପୁ କୁମାର। ବାହାନଗା ଟ୍ରେନ ଟ୍ରାଜେଡିର ଉକ୍ତ ତିନି ଖଳନାୟକ ଙ୍କୁ ଦ୍ଵିତୀୟ ଦିନରେ ସିବିଆଇର ମାରାଥନ ଜେରା। 5 ଦିନିଆ ରିମାଣ୍ଡ ପାଇଁ ଅନୁମତି ମିଳିବା ପରେ ଆଜି ଚନ୍ଦକା ଥାନାରେ ପହଞ୍ଚିଥିଲେ ସିବିଆଇ ର 5 ଜଣିଆ ଟିମ। କେବେ ଠାରୁ ସିଗନାଲ ତ୍ରୁଟି କଥା ଜଣାଥିଲା ? ସିଗନାଲିଙ୍ଗ ରେ ତ୍ରୁଟି ଜାଣି ଵି କାହିଁକି ଠିକ କରା ଯାଇ ନ ଥିଲା ? ଦୁର୍ଘଟଣା ପାଇଁ ହୋଇଥିଲା କି ଷଡଯନ୍ତ୍ର? ଏତେ ବଡ଼ ଦୁର୍ଘଟଣା ପଛରେ ରହିଛି କି ଆଉ କାହା ହାତ? ଏଭଳି କିଛି ପ୍ରଶ୍ନ ଗୁଡେଇ ତୁଡେଇ 3 ଅଭିଯୁକ୍ତ ଙ୍କୁ ପଚାରିଛି ସିବିଆଇ। ଆଇପିସି ଧାରା ୩୦୪ ଏବଂ ୨୦୧ ଅନୁଯାୟୀ ଏହି ୩ଅଭିଯୁକ୍ତ ଙ୍କୁ ସିବିଆଇ ଗିରଫ କରିଥିଲା। ଉଦ୍ଦେଶ୍ୟ ନ ଥିଲେ ମଧ୍ୟ ଜାଣତରେ କାହା ମୃତ୍ୟୁ ପାଇଁ ଦାୟୀ ହେବା ଓ ପ୍ରମାଣ ନଷ୍ଟ କରିବା ର ଅଭିଯୋଗରେ ଏହି ତିନି ଜଣଙ୍କୁ ସିବିଆଇ ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। ପରେ ୫ ଦିନିଆ ରିମାଣ୍ଡ ନେବା ପାଇଁ ଅନୁମତି ଦେଇଥିଲେ କୋର୍ଟ ।
ରେଳବାଇ ସୁରକ୍ଷା କମିଶନର ବା CRS ଗତ ସପ୍ତାହରେ ତାଙ୍କ ରିପୋର୍ଟ ଦେଇଥଲେ। ସିଗ୍ନାଲିଂ ବିଭାଗର କର୍ମଚାରୀମାନଙ୍କୁ କମିଶନର ଏହି ଦୁର୍ଘଟଣା ପାଇଁ ଦାୟୀ କରିଥିଲେ। କୌଣସି ପ୍ରକାର ବୈଷୟିକ ତ୍ରୁଟି ବା ମେସିନ୍ ଖରାପ ଯୋଗୁଁ ଏହି ଦୁର୍ଘଟଣା ଘଟି ନଥିଲା ବୋଲି CRS ରିପୋର୍ଟ ଦେଇଥିଲେ। କିଛି କ୍ଷେତ୍ର କର୍ମଚାରୀଙ୍କ ଅବହେଳା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା CRS କହିଥିଲେ। ତେଣୁ ଏବେ ସିବିଆଇ ଆକ୍ସନ ସିଗନାଲିଂ ତ୍ରୁଟି କ୍ଲିଅର କରିଥିବା ବେଳେ ଦୁର୍ଘଟଣା ପଛରେ ଷଡ଼ଯନ୍ତ୍ର ଥିଲା କି ନାହିଁ ତାର ଖୁଲାସା କରିବ ବୋଲି ଆଶା କରାଯାଉଛି ।
ଜୁନ 2 ତାରିଖରେ ଅପ ଲାଇନରୁ ଲୁପ ଲାଇନକୁ ଆସି ମାଲଗାଡି ସହ ପିଟି ହୋଇଯାଇଥିଲା କରମଣ୍ଡଳ ଏକ୍ସପ୍ରେସ । ଭୟଙ୍କର ଦୁର୍ଘଟଣା ନେଇଥିଲା 293 ଜଣଙ୍କ ଜୀବନ । ଏହାପରେ ସିଗନାଲରେ ଗଡ଼ବଡି ଥିବାର ସାଂଘାତିକ ସତ ସାମ୍ନା କୁ ଆସିଥିଲା। ଏବେ ଅରୁଣ, ଆମିର ଓ ପପୁ ସିବଇଆଇ ପଞ୍ଝାରେ ଆସିଥିବା ବେଳେ ଖୁବ ଶୀଘ୍ର ଆଉ କିଛି ଅଧିକାରୀ ସିବିଆଇ ଜାଲ ରେ ପଡିପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର