ବହୁଚର୍ଚ୍ଚିତ ସିୱେଜ ସିପିଙ୍ଗ୍ ଆଣ୍ଡ ଲଜିଷ୍ଟିକ ପ୍ରାଇଭେଟ ଲିମିଟେଡ ପାରାଦ୍ୱିପ ଶାଖାର ପରିଚାଳକ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗିରଫ ହୋଇଥିବା ଶିଳ୍ପପତି ମହିମା ମିଶ୍ରଙ୍କୁ ୨୦୨୧ ନଭେମ୍ୱର ମାସରେ ମିଳିଥିଲା ଜାମିନ୍ । ବ୍ୟବସାୟିକ ଶତ୍ରୁତା କାରଣରୁ ସିୱେଜ ସିପିଙ୍ଗ୍ ଆଣ୍ଡ ଲଜିଷ୍ଟିକ ପ୍ରାଇଭେଟ ଲିମିଟେଡ ପାରାଦ୍ୱିପ ଶାଖାର ପରିଚାଳକ ମହେନ୍ଦ୍ର ସ୍ୱାଇଁଙ୍କୁ ୨୬ ଅକ୍ଟୋବର ୨୦୧୬ରେ ତାଙ୍କ କାର୍ଯ୍ୟାଳୟକୁ ଯିବାବେଳେ ବୋମା ଫିଙ୍ଗି ହତ୍ୟା କରାଯାଇଥିଲା ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ଭୁବନେଶ୍ଵର ସିବିଆଇ କାର୍ଯ୍ୟାଳୟରେ ଦିଲ୍ଲୀ ଟିମର ଜେରା

ଅର୍ଗସ ବ୍ୟୁରୋ : ମହିମା ମିଶ୍ର ପୁଅକୁ ୩ ଘଣ୍ଟା ସିବିଆଇ ଜେରା । ଶିଳ୍ପପତି ମହିମା ମିଶ୍ରଙ୍କ ପୁଅକୁ ୩ ଘଣ୍ଟା ଜେରା କଲା ସିବିଆଇ । ଭୁବନେଶ୍ଵର ସିବିଆଇ କାର୍ଯ୍ୟାଳୟରେ ଦିଲ୍ଲୀ ଟିମ ପକ୍ଷରୁ ଜେରା କରାଯାଇଥିବା ସୂଚନା । PPT ରେ 25 ଲକ୍ଷ ହେରଫେର ନେଇ ପଚରାଉଚରା କରାଯାଇଥିବା ଜଣାପଡିଛି । ପାରାଦୀପ ପୋର୍ଟ ଟ୍ରଷ୍ଟ ଲିମିଟେଡରେ 25 ଲକ୍ଷ କାରବାର ନେଇ ଜେରା କରାଯାଇଛି । ଏହା ପୂର୍ବରୁ ଓଡିଆ ବଜାରରେ ଥିବା ମହିମା ମିଶ୍ରଙ୍କ ବାସଭବନରେ ବି ରେଡ କରାଯାଇଛି ।
ବନ୍ୟା ପାଇଁ 32ଟି ସ୍କୁଲ ବନ୍ଦ ଘୋଷଣା

ଅର୍ଗସ ବ୍ୟୁରୋ: ବନ୍ୟା ପାଇଁ 32ଟି ସ୍କୁଲ ଦୁଇ ଦିନ ଛୁଟି ଘୋଷଣା କଲେ ନୟାଗଡ଼ ଜିଲ୍ଲାପାଳ l ଜିଲ୍ଲାର 3ଟି ବ୍ଲକର 32 ଟି ସ୍କୁଲ 2 ଦିନ ପାଇଁ ରହିବ ବନ୍ଦ l ଗଣିଆ ବ୍ଲକର 11 ଟି ବିଦ୍ୟାଳୟ, ଖଣ୍ଡପଡା ବ୍ଳକର 9 ଟି ବିଦ୍ୟାଳୟ, ଭାପୁର ବ୍ଲକର 12ଟି ବିଦ୍ୟାଳୟକୁ ଆଜି ଏବଂ ଆସନ୍ତାକାଲି ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି l କିନ୍ତୁ ବିଦ୍ୟାଳୟରେ ଶିକ୍ଷ
Download Argus News App
