MKCGକୁ ପଶ୍ଚିମଓଡିଶାର ସବୁଠୁ ବଡ ମେଡିକାଲ ବୋଲି କୁହାଯାଏ । କିନ୍ତୁ ବାରମ୍ବାର ଏପରି ଦେଖିବାକୁ ମିଳୁଛି କେତେବେଳେ OTରେ ନିଆଁ ଲାଗୁଛି ତ କେତେବେଳେ ସିଲିଂ ଖସୁଛି । ଏପରିକି ଏଠାରେ ଏକାଧିକ ଅପରେସନ ମଧ୍ୟ ହୋଇପାରୁନାହିଁ । ବାଧ୍ୟ ହୋଇ ରୋଗୀମାନଙ୍କୁ କଟକ ଏସସିବି କିମ୍ବା ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଉଛି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ସୁପର ସ୍ପେଶାଲିଷ୍ଟ ବ୍ଳକର ତୃତୀୟ ମହଲାରେ ଖସିପଡିଲା ସିଲିଂ

ବ୍ରହ୍ମପୁର: Mkcg ମେଡ଼ିକାଲରେ ପୁଣି ଅଘଟଣ । ମେଡିକାଲରେ ପୁଣି ଖସିଲା ସିଲିଂ । ସୁପର ସ୍ପେଶାଲିଷ୍ଟ ବ୍ଳକର ତୃତୀୟ ମହଲାରେ ପୁଣି ଅଘଟଣ ଘଟିଛି । ରୋଗୀ ୱାର୍ଡରେ ଚିକିତ୍ସିତ ହେଉଥିବାବେଳେ ସିଲିଂ ଖସିପଡ଼ିଲା । ଏଣ୍ଡୋ-କ୍ରାଇନୋଲୋଜି ବିଭାଗରେ ସିଲିଂ ଖସିଥିବା ସୂଚନା ରହିଛି । ତେବେ ଏଥିରେ କୌଣସି ରୋଗୀଙ୍କ କିଛି କ୍ଷତି ହୋଇନାହିଁ । ଗତକାଲି ଏହି କୋଠାର ପଞ୍ଚମ ମହଲାରେ ସିଲିଂ ଖସିଥିଲା । ପୂର୍ବରୁ ଏହି ୱାର୍ଡର ୟୁରୋଲୋଜି ୱାର୍ଡରେ ମଧ୍ୟ ଅଗ୍ନିକାଣ୍ଡ ଘଟିଥିଲା ।
Download Argus News App
