ଭୁବନେଶ୍ୱର: କୋରୋନା ଭାଇରସ୍ର ସ୍ଥିତି ପରୀକ୍ଷା ପାଇଁ ଭୁବେନେଶ୍ୱରରେ ପହଞ୍ଚିଲୋ କେନ୍ଦ୍ରୀୟ ଟିମ୍ । ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କୋରୋନା ଭାଇରସ୍ର ଓଡ଼ିଶାରେ ସ୍ଥିତି ପରଖିବା ପାଇଁ ଆସିଛନ୍ତି ଏହି କେନ୍ଦ୍ରୀୟ ଟିମ୍ । ସ୍ୱାସ୍ଥ୍ୟ ସଚିବ, ଡିଏମ୍ଇଟି ଓ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସହ କେନ୍ଦ୍ରୀୟ ଟିମ୍ ଆଲୋଚନା କରିଛନ୍ତି । ଖାଲି ସେତିକି ନୁହେଁ ବିଭିନ୍ନ ମେଡିକାଲ ବୁଲି ସ୍ଥିତି ସମୀକ୍ଷା ମଧ୍ୟକ କରିବେ ବୋଲି ସୂଚନା ମିଳିଛି । ଆଜି କଟକ ଏସସିବି ମେଡିକାଲ ଯାଇ ଆଇସୋଲେସନ୍ ୱାର୍ଡ ପରିଦର୍ଶନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ତେବେ ଏହି କେନ୍ଦ୍ରୀୟ ଟିମ୍ରେ ଅଛନ୍ତି ଡ. ଶିଖା ବର୍ଦ୍ଧନ, ଡ.କପୁର ଚୌଧୁରୀ ଓ ଡ.ଅନୁରାଧା ସୁଲାନିଆ । ଜନସ୍ୱାସ୍ଥ୍ୟ ମନ୍ତ୍ରାଳୟର ଆଞ୍ଚଳିକ ନିର୍ଦ୍ଦେଶକ ସୁଶାନ୍ତ କୁମାର କର ମଧ୍ୟ ଏହି ଟିମ୍ ସହ ରହିଛନ୍ତି ।
