ଜେଲ୍ରେ ବାଇବେଲ.
ଅର୍ଗସ ବ୍ୟୁରୋ: ଦୟା ନୁହେଁ ଅଧିକାର । ଶ୍ରେୟ ଆପଣ ନିଅନ୍ତୁ, କିନ୍ତୁ ଜନତାଙ୍କୁ ଅଧିକାର ମିଳୁ । ରାଜ୍ୟରେ ପଛୁଆବର୍ଗଙ୍କୁ ନ୍ୟାୟ ଦିଅନ୍ତୁ ଓଡ଼ିଶା ସରକାର । ଏଭଳି କହି, ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ରାଜ୍ୟ ସରକାରଙ୍କ ପାଖରେ ପୂର୍ବରୁ ତାଲିକା ରହିଛି, ଏଥିରେ କୌଣସି ନୂଆ ପଦକ୍ଷେପ ନାହିଁ ।
ପଛୁଆବର୍ଗର ଲୋକଙ୍କୁ ସାମ୍ବିଧାନିକ ଅଧିକାର ମିଳୁ । ଓଡ଼ିଶାବାସୀଙ୍କୁ ସାମ୍ବିଧାନିକ ଅଧିକାର ପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛି । ଏ ନେଇ ରାଜ୍ୟ ସରକାର ଶୀଘ୍ର ପଦକ୍ଷେପ ଗ୍ରହଣ କରନ୍ତୁ । ସୂଚନା ଅନୁସାରେ, ଫେବ୍ରୁଆରୀ ୨୬ ତାରିଖରେ ବିଜ୍ଞପ୍ତି ସହ ଓବିସି କମିଶନ ଗଠନ କରାଯାଇଛି । ଏହାସହ ମେ ପହିଲାରୁ ଆରମ୍ଭ ହୋଇଛି ସର୍ଭେ ଓ ଜୁନ ପହିଲାରେ ପ୍ରକାଶ ପାଇବ ପ୍ରଥମ ତାଲିକା ।