ଓଡ଼ିଶାରେ ହସ୍ପିଟାଲ ବେଡ, ଭେଣ୍ଟିଲେଟର ଓ ଅକ୍ସିଜେନର ବ୍ୟବସ୍ଥାର ସରଜମିନ ଅନୁଧ୍ୟାନ କରିବ । ରାଜ୍ୟରେ ଟିକାକରଣ କେତେ ଆଗେଇଛି ତାର ପୂରା ତଥ୍ୟ ସଂଗ୍ରହ କରିବ । ଏହି ଟିମ ଓଡ଼ିଶାର ୬ଟି ଜିଲ୍ଲାରେ କ୍ଷେତ୍ର ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି ।
ଅଧିକ ସଂକ୍ରମଣ ହାର ଥିବା 6ଟି ଜିଲ୍ଲାରେ ଏହି ଟିମ ପରିଦର୍ଶନ କରିବ । ଜିଲ୍ଲା ପରିଦର୍ଶନ ସହ ସ୍ଥାନୀୟ ଅଧିକାରୀ, ମେଡିକାଲ କର୍ତ୍ତୃପକ୍ଷ ଓ ରୋଗୀଙ୍କ ସହ ଅଲୋଚନା କରିବେ । ଓଡ଼ିଶା ସମେତ ୬ଟି ଅଧିକ ସଂକ୍ରମଣ ଥିବା ରାଜ୍ୟକୁ ଟିମ୍ ପଠାଇଛି କେନ୍ଦ୍ର ।