ଆଜିର ଏହି ଚକ ଅଖ ଡେରା ନିତୀ ସମ୍ପନ୍ନ ପରେ ଏବେ ରଥ ନିର୍ମାଣର ଅନ୍ୟାନ୍ୟ କାର୍ଯ୍ୟ ଆରମ୍ଭ ହୋଇଛି । ଅନ୍ୟପଟେ ଦୀର୍ଘ ଦୁଇବର୍ଷ ପରେ ମହାପ୍ରଭୁଙ୍କ ଏହି ନୀତି ଦେଖିବାର ସୁଯୋଗ ପାଇଥିବାରୁ ଭକ୍ତମାନେ ନିଜକୁ ଭାଗ୍ୟବାନ ମନେ କରିଛନ୍ତି ।
ଚଳିତ ବର୍ଷ ରଥ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁ ରହିଛି । ଗତକାଲି ରାତିରୁ ପୁରୀରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଆଜି ଚକ ଅଖ ଡେରା ନୀତି ସମ୍ପାଦନ କରିବା ମହାରଣା ଓ ଭୋଇ ସେବକ ମାନଙ୍କ ପାଇଁ ଥିଲା ଏକ ବଡ ଚ୍ୟାଲେଞ୍ଜ ।
ତେବେ ଆଜି ଚକ ଅଖ ଡେରା ନୀତି ନିର୍ଦ୍ଧିଷ୍ଟ ସମୟରେ ସମ୍ପାଦନ ହୋଇଥିବାରୁ ଆଗାମୀ ଦିନରେ ରଥ ନିର୍ମାଣ କାର୍ଯ୍ୟ ସଠିକ ସମୟରେ ଶେଷ ହେବା ନେଇ ସବୁଜ ସଂକେତ ମିଳିଛି । ଅନ୍ୟପଟେ ଚଳିତବର୍ଷ ଚକ ଅଖ ଡେରା ନୀତି ଦେଖି ଭକ୍ତମାନେ ଆତ୍ମବିଭୋର ହୋଇଛନ୍ତି ।
ଆଗାମୀ 14 ତାରିଖ ଦିନ ସ୍ନାନ ପୂର୍ଣ୍ଣିମା ତିଥିରେ ତିନି ରଥର ଚାରି ନାହାକା ଉଠିବାର ପରମ୍ପରା ରହିଥିବା ବେଳେ ଶୀତଳଷଷ୍ଠୀ ସୁଦ୍ଧା ସମସ୍ତ 42 ଗୋଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହେବ ।