ମହାପ୍ରଭୁଙ୍କ ସଂପୂର୍ଣ୍ଣ ସୁସ୍ଥ ପାଇଁ ପୁରୀ ଗଜପତିଙ୍କ ନିର୍ଦ୍ଦେଶକ୍ରମେ ରାଜବୈଦ ଦଶମୂଳ ମୋଦକ ପ୍ରସ୍ତୁତ କରି ଦଶମୀ ତିଥି ତଥା ଆଜି ଶ୍ରୀମନ୍ଦିରକୁ ଆଣିବେ। ତାଳପୂର୍ଣ୍ଣି , ଗମ୍ଭାରୀ, ବଲ୍ଲ, ପଣପଣା, ଗୋଖରା ଆଦି ଚୂର୍ଣ୍ଣ କରି ସେଥିରେ ଖୁଆ, ଘିଅ ମହୁ ଆଦି ଗୋଳାଇ ଏହି ଦଶମୂଳ ମୋଦକ ପ୍ରସ୍ତୁତ କରାଯାଇଥାଏ। ଆଉ ଏହି ମୋଦକକୁ ଏକାଦଶୀ ଦିନ ପତିମହାମାତ୍ର ସେବକ ମହାପ୍ରଭୁଙ୍କୁ ସମର୍ପି ଦେଇଥାନ୍ତି।
ଆଉ ଏହି ଦଶମୂଳ ସେବନ ପରେ ମହାପ୍ରଭୁ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇଯାଆନ୍ତି। ଦ୍ଵାଦଶ ଦିନ ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ଗଜପତି ମହାରାଜଙ୍କୁ ପ୍ରଦାନ କରାଯାଇଥାଏ ।