ଭୁବନେଶ୍ୱର: ଆସନ୍ତାକାଲି ଡେଡଲାଇନ୍ ସରୁଛି । କିନ୍ତୁ ଏହାପୂର୍ବରୁ କାଗଜପତ୍ର ଯାଞ୍ଚ କୋହଳ କରିଛନ୍ତି ସରକାର । କିନ୍ତୁ ଉତ୍ପାତ କଲେ ଦେବାକୁ ପଡ଼ିବ ମୋଟା ଅଙ୍କର ଜରିମାନା । ଦ୍ରୁତ ଗତିରେ ଗାଡ଼ି ଚଳାଇବା, ମଦ ପିଇ ଗାଡ଼ି ଚଳାଇବା ହେଉ ଅବା ଗାଡ଼ିରେ ତିନି ଜଣରୁ ଉର୍ଦ୍ଧ୍ୱ ଯାତ୍ରା କଲେ ଦେବାକୁ ପଡ଼ିବ ଫାଇନ୍ । କିନ୍ତୁ ଏଥର ଫାଇନ୍ ଆଦାୟ କରିବା ପ୍ରଣାଳୀ ଭିନ୍ନ ରହିବ । ଲୋକଙ୍କ ସହ ଆଉ ଯୁକ୍ତିତର୍କ କରିବେନି ଅଧିକାରୀ ସିଧା ଜରିମାନ ଖାତାରେ ଯୋଡ଼ି ହୋଇଯିବ ଫାଇନ୍ । ଏକଥା ଆମେ କହୁନୁ ଖୋଦ ପୋଲିସ କମିସନର ସୂଚନା ଦେଇଛନ୍ତି ।
ପୋଲିସ ହାବୁଡ଼ରେ ନପଡ଼ିଲେ ବି ଫାଇନ ଦେବେ ଚାଳକ । ନିୟମ ଉଲ୍ଲଂଘନ କଲେ ଦେବେ ଫାଇନ୍ । ସିସିଟିଭି ଜଣାଇବ ନିୟମ ଉଲ୍ଲଂଘନକାରୀଙ୍କ ସମ୍ପର୍କରେ । ଚାଳକଙ୍କ ଘରକୁ ପଠାଯିବ ଚାଲାଣ । ଯଦି କେହି ଫାଇନ୍ ଦେବାକୁ ଅମଙ୍ଗ ହୁଅନ୍ତି ତେବେ ସେମାନଙ୍କ ସହ ଯୁକ୍ତିତର୍କ ନକରି ସିଧା ଚାଲାଣ ତାଙ୍କ ଘରକୁ ପଠାଯିବାର ବ୍ୟବସ୍ଥା ହେବ ।
ଫାଇନ୍ ଦେବାରେ ବିଳମ୍ବ କଲେ ଚାଳକଙ୍କୁ ସୁଧ ମଧ୍ୟ ଦେବାକୁ ପଡ଼ିବ । ସିସିଟିଭିରେ କଏଦ ହେବ ଟ୍ରାଫିକ ଉଲ୍ଲଂଘନକାରୀଙ୍କ ନମ୍ବର ପ୍ଲେଟ ।ଚାଳକଙ୍କୁ ପୋଲିସ କର୍ମଚାରୀ ରାସ୍ତାରେ ଅଟକାଇ ଆଉ ହଇରାଣ କରିବେ ନାହିଁ ବରଂ ସିସିଟିଭିରୁ ନିୟମ ଉଲ୍ଲଂଘନକାରୀଙ୍କ ବିଷୟରେ ଜାଣିବା ପରେ ଚାଲାଣ କଟାଯିବ । ଏହାସହ ଚାଲାଣ ଚାଳକଙ୍କ ପାଖକୁ ପଠାଯିବ । ଫଳରେ ସେମାନେ ନିଜେ ଆସି ଟଙ୍କା ପୈଠ କରିବେ । ଅନ୍ୟପଟେ ଯଦି ଚାଳକ ଘଟଣାସ୍ଥଳରେ ଟଙ୍କା ନଦେଇ ଖସି ପଳାଇଯାଆନ୍ତି ତେବେ ସେମାନଙ୍କୁ ଫାଇନ୍ ସହ ସୁଧ ଗଣିବାକୁ ପଡ଼ିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛି ।
ଅପରପକ୍ଷେ ମଦ ପିଇ ଗାଡି ଚଳାଇବା ପାଇଁ 160 ଜଣଙ୍କୁ ଧରାହୋଇଛି । ସବୁଠୁ ଗଂଜାମ ଜିଲ୍ଲାରୁ ସର୍ବାଧିକ 27 ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ସେହିଭଳି ସୁବର୍ଣ୍ଣପୁରରୁ 9, ମାଲକାନିରି 25, ମୟୁରଭଞ୍ଜ 24, ଯାଜପୁର 17, ଅନୁଗୁଳ 15 ଜଣ ମଦୁଆ ଡ୍ରାଇଭର ପୋଲିସ ହାତରେ ଧରାପଡ଼ିଛନ୍ତି । ତେବେ ବିଭିନ୍ନ ଜିଲ୍ଲାରେ ମୋଟ 160 ମଦୁଆ ଡ୍ରାଇଭରଙ୍କୁ ଧରାଯାଇଥିବା ପୋଲିସ ଡିଜି ସୂଚନା ଦେଇଛନ୍ତି ।
ଅର୍ଗସ ବ୍ୟୁରୋ : ଭୂମିକମ୍ପରେ ଥରିଲା ମେଘାଳୟ । ଆଜି ସନ୍ଧ୍ୟା ପ୍ରାୟ ୬.୧୫ରେ ଅନୁଭୂତ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରହିଛି । ଭୂମିକମ୍ପ ଯୋଗୁଁ, ମେଘାଳୟ, ଆସାମ ସହ ତ୍ରିପୁରା ଏବଂ ପଶ୍ଚିମବଙ୍ଗରେ ମଧ୍ୟ ତୀବ୍ର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ରେକର୍ଡ ହୋଇଛି।
ଅଧିକ ପଢନ୍ତୁ ଭାରତ ଖବର
ସଂସ୍ଥା କହିଛି ଯେ ଭୂପୃଷ୍ଠରୁ ୧୦ କିମି ଗଭୀରରରେ ଏହା ସୃଷ୍ଟି ହୋଇଥିଲା । ମେଘାଳୟରେ ସବୁଠାରୁ ଅଧିକ ତୀବ୍ରତାର ଝଟକା ଅନୁଭବ ହୋଇଛି । ଏହାବାଦ ପଶ୍ଚିମବଙ୍ଗ ଓ ଆସାମର କିଛି ସ୍ଥାନରେ ମଧ୍ୟ ଲୋକମାନେ ଝଟକା ଅନୁଭବ କରିଛନ୍ତି । ହଠାତ୍ ଭୂମିକମ୍ପ ଫଳରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି ଧନ-ଜୀବନ କ୍ଷତି ନେଇ ସୂଚନା ମିଳିନାହିଁ।
ଅର୍ଗସ ବ୍ୟୁରୋ : ରାଜସ୍ଥାନର ଚିତ୍ତୋରଗଡ଼ରେ ବିଶାଳ ରାଲି କରିଛନ୍ତି ପିଏମ ମୋଦି। ଏହି ଅବସରରେ ସାନୱାଲିଆ ସେଠ୍ ମନ୍ଦିର ଯାଇ ଦର୍ଶନ କରିବା ସହ ଚିତ୍ତୋରଗଡରେ ପ୍ରାୟ 7 ହଜାର କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସେଠାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧନ କରିବା ସମୟରେ ପ୍ରଧାନମନ୍ତ୍ରୀ ରାଜସ୍ଥାନର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
କଂଗ୍ରେସ ସରକାରରେ ରାଜସ୍ଥାନ ଅପରାଧ ତାଲିକାଲେ ଶୀର୍ଷରେ ରହିବା ଏକ ଲଜ୍ଜାଜନକ ବୋଲି କହିଛନ୍ତି ମୋଦି । ଅପାରଗ ସରକାରକୁ ଟାର୍ଗେଟ୍ କରି କହିଛନ୍ତି ପାଞ୍ଚ ବର୍ଷ ଧରି ରାଜସ୍ଥାନକୁ କେବଳ ଲୁଟିଛି କଂଗ୍ରେସ ସରକାର। ଏବେ ଗେହଲଟ ସରକାର ବିଦାୟ ନେବାର କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଛି। ବିଜେପିକୁ କ୍ଷମତାକୁ ଆଣିବାକୁ ରାଜସ୍ଥାନବାସୀ ମନ ବଳାଇସାରିଛନ୍ତି। ବିଜେପି କ୍ଷମତାକୁ ଆସିଲେ ଭ୍ରଷ୍ଟାଚାରୀଙ୍କୁ ମାଫ୍ କରାଯିବ ନାହିଁ। ପେପର ଲିକ୍ ମାଫିଆଙ୍କୁ ପାତାଳରୁ ବି ଖୋଜି ବାହାର କରି ଦଣ୍ଡ ଦିଆଯିବ।