ରଥ ଅନୁକୂଳ ପର୍ବଦିନ ଶାଢୀବନ୍ଧା ବିଶ୍ବକର୍ମା, ଭୋଇ, ରୂପକାର, ଚିତ୍ରକାର, କମାର ଆଦିଙ୍କୁ ମିଶାଇ ତିରିଶ ଜଣ ରଥ ସେବକ ଉପସ୍ଥିତ ରହିବେ। ଆଉ ସମସ୍ତ ରଥନିର୍ମାଣ ସେବକଙ୍କୁ ସଂଗରୋଧରେ ରଖି ରଥକାର୍ଯ୍ୟରେ ନିୟୋଜିତ କରିବାକୁ ବୈଠକରେ ପ୍ରସ୍ତାବ ଦିଆଯାଇଛି। ସେହିପରି ଚଳିତବର୍ଷ କୋଭିଡ୍ କଟକଣା ମଧ୍ୟରେ ହେବ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ହେବ । ୪୨ ଦିନିଆ ଚନ୍ଦନଯାତ୍ରାର ୨୧ ଦିନ ଶ୍ରୀମନ୍ଦିର ବାହାରେ ଓ ଶେଷ ୨୧ଦିନ ଶ୍ରୀମନ୍ଦିର ଭିତରେ ବିଧି ଅନୁଷ୍ଠିତ ହେବ ।
ଚଳିତବର୍ଷ ନରେନ୍ଦ୍ର ପୁଷ୍କରିଣୀରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା । ବିମାନବଡୁ ସେବକ ୨୨ଜଣ, ପଞ୍ଚମହାଦେବ କମିଟିର ୩୦ଜଣ, ମହାଜନ ସେବକ ୧୫ଜଣ ଓ ବଡୁସୁଆର ସେବକ ୧୦ଜଣ, ପଙ୍କ୍ତିଭୋଗ ପାଇଁ ୫ଜଣ ରହି ନୀତି ସୃଙ୍ଖଳିତ କରିବେ। ଆଜି ସେବାୟତଙ୍କ ସଂଖ୍ୟା ଜାଣିବା ପାଇଁ ଆଉ ଏକ ବୈଠକ ବସିବ।