ଚାନ୍ଦବାଲି ସମେତ ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଜାଯପୁର ଭଳି ୩/୪ ଟି ଜିଲ୍ଲାକୁ ସଂଯୋଗ କରୁଥିବା ଏହି ସେତୁରେ ଦୈନିକ ଯାତ୍ରିବାହୀ ବସ୍ ସହ ହଜାର ହଜାର ଗାଡ଼ି ଯାତାୟତ କରେ । ସମସ୍ତ କଳକାରଖାନା, ବ୍ୟବସାୟ ପ୍ରତିଷ୍ଠାନ, ଧାମରା ଅଦାନୀ ପୋର୍ଟ ସହିତ ସାଧାରଣ ଯାତ୍ରୀମାନେ ଏହି ସେତୁ ଉପରେ ନିର୍ଭରଶୀଳ । ଏହି ସେତୁ ଉପରେ ଯାତୟତ କରୁଥିବା ଗାଡ଼ି ଏବଂ ଯାତ୍ରୀମାନଙ୍କ ସୁରକ୍ଷା ଦିଗରେ ପ୍ରଶାସନର ନିରବତାକୁ ନେଇ ଅଂଚଳବାସୀଙ୍କ ଅସନ୍ତୋଷ ପ୍ରକାଶ ପାଇଛି ।
ପୋଲ ଦବିବା ଆରମ୍ଭ ପରେ ଏହି ସେତୁର ସୁରକ୍ଷା ପାଇଁ ଦୀର୍ଘ ୨୦୨୦ ମସିହାରୁ ବିଭିନ୍ନ ସଙ୍ଗଠନ ଓ ଜନ ସାଧାରଣଙ୍କ ପକ୍ଷରୁ ଦାବି ହୋଇ ଆସିଥିଲେ ହେଁ ଏଯାବତ୍ ଏ ଦିଗରେ କୌଣସି ପଦକ୍ଷପ ନିଆଯାଇ ନଥିବାରୁ ଅଞ୍ଚଳବାସୀ ଦୁଃଖ ପ୍ରକାଶ କରିଛନ୍ତି।
ମରାମତି ଅଭାବରୁ ଦିନକୁ ଦିନ ଏହାର ବେରିଙ୍ଗ ଦବିବାକୁ ଲାଗିଛି । ଯେ କୌଣସି ସମୟରେ ଏହି ସେତୁଟି ଦବି ଭୁବନେଶ୍ଵର, ରସୁଲଗଡ଼ର ନିର୍ମାଣଧଧିନ ସେତୁ ଭଳି ଧନ ଜୀବନ ବିପନ୍ନ ନ ହେବ ତାହା କହି ହେବ ନାହିଁ । ଚାନ୍ଦବାଲିର ବୈତରଣୀ ସେତୁ ମରାମତି ପାଇଁ ଶାସକ ଦଳ କୁମ୍ଭୀର କାନ୍ଦଣା କାନ୍ଦୁଥିବା ବେଳେ ଜନ ସାଧାରଣଙ୍କ କଥା ଶୁଣୁଛି କିଏ ? ଏପଟେ ସଂପୃକ୍ତ (ଆରଏଣ୍ଡବି ) ବିଭାଗ ପୋଲ ଦବିବା ପରେ ଏସପର୍ଟ ଟିମକୁ ଆଣି ପୋଲର ସ୍ଥିତ ଆକଳନ କରି ସାରି ପୋଲ ଉପର ବିପଦ ଆସି ସାରିଛି ବୋଲି ରିପୋର୍ଟ ପ୍ରଦାନ ପରେ ମଧ୍ୟ ଆଜି ଯାଏ ତାହା ମରାମତି କାର୍ଯ୍ୟ ଆରମ୍ଭ ହୋଇପାରିଲା ନାହିଁ । ଅନ୍ୟପଟେ ନୂତନ ପୋଲ ପାଇଁ ସଏଲ ଟେଷ୍ଟ ସରିଥିବା ବେଳେ ନୂତନ ପୋଲ ନିର୍ମାଣ ନେଇ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ଉତ୍ତର ନାହିଁ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର