ରଥ କାଠ ଅଭାବ ଦୂର କରିବାକୁ 1999 ମସିହାରେ ନୟାଗଡ଼ର ଖଣ୍ଡପଡା, ଦଶପଲ୍ଲା, ପଞ୍ଚିରିଡ଼ା ଓ ଗଣିଆ ବନାଞ୍ଚଳରେ ଜଗନ୍ନାଥ ବନ ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା । କିନ୍ତୁ ବନ ବିଭାଗର ରକ୍ଷଣା ବେକ୍ଷଣ ଅଭାବ ଓ ବନିକରଣରେ ମାତ୍ରାଧିକ ଦୁର୍ନୀତି ଯୋଗୁଁ ଏହି ପ୍ରକଳ୍ପରେ ଆଖିଦୃଶିଆ ସଫଳତା ମିଳିପାରିନାହିଁ । ସେପଟେ ୧୫ ବର୍ଷ ହେବ କୌଣସି ନୂଆ ଚାରା ରୋପଣ କରାଯାଇ ନଥିବାରୁ ଏବେ କାଠର ଅଭାବ ଦେଖାଦେଇଛି ।
ଜଗନ୍ନାଥ ବନ ପ୍ରକଳ୍ପକୁ ରକ୍ଷଣାବେକ୍ଷଣ କରିବା ଦିଗରେ ରାଜ୍ୟ ସରକାର ଫେଲ୍ ମାରିଥିବା ବେଳେ ଏବେ ଓଡିଶାବାସୀ ରଥକାଠ ପାଇଁ ଆବଶ୍ୟକ ଚାରା ଲଗାଇ ଏହାର ଉପଯୁକ୍ତ ଯତ୍ନ ନେଲେ ଆଗାମୀ ଦିନରେ ରଥକାଠ ସମସ୍ୟାରୁ ମୁକ୍ତି ମିଳିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।