ଏହାକୁ ନେଇ ବିଭିନ୍ନ ମହଲରୁ ସମାଲୋଚନା ପରେ ଶେଷରେ ନୀତିକାନ୍ତିରେ ପରିବର୍ତ୍ତନ କରିବାକୁ ଯାଉଛି ଶ୍ରୀମନ୍ଦିର ପ୍ରଶାସନ। ଭୁଲବସତଃ ହୋଇଯାଇଥିବା ଏହି ତ୍ରୁଟିକୁ ସୁଧାରିବାକୁ ଆଜି ସଂଧ୍ୟାରେ ଛତିଶାନିଯୋଗ ବୈଠକରେ ହେବ ଆଲୋଚନା । ତେଣୁ ନୀତି ସବକମିଟି ବୈଠକରେ ବି ପଞ୍ଚୁକ ନୀତି ସହ ଚନ୍ଦ୍ରଗ୍ରହଣ ନୀତିକୁ ନେଇ ଆଲୋଚନା କରାଯିବ ।
ଚନ୍ଦ୍ରଗ୍ରହଣରେ ଶ୍ରୀମନ୍ଦିରରେ କେତେବେଳେ ଦ୍ବାରଫିଟା ହେବ, ମହାପ୍ରଭୁ କେତେବେଳେ ସୁନାବେଶ ହେବେ, ପ୍ରଥମ ଭୋଗମଣ୍ଡପ କେତେବେଳେ ଉଠିବ, ଏହାକୁ ନେଇ ବି ବୈଠକରେ ବିସ୍ତୃତ ଆଲୋଚନା ହେବ। ଶ୍ରୀମନ୍ଦିର ପ୍ରଶାସନ ସୁନାବେଶ ଓ ପ୍ରଥମ ଭୋଗମଣ୍ଡପ ନୀତି ସୂର୍ଯ୍ୟଦୟ ପୂର୍ବରୁ କରାଯିବ ବୋଲି ପଞ୍ଜିକାରମାନେ ମତ ଦେଇଛନ୍ତି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।