ସୂଚନା ଅନୁସାରେ ସମ୍ବଲପୁର ଜଣେ ୨୫ ବର୍ଷିୟା ମହିଳା ୬ ବର୍ଷ ପୂର୍ଵରୁ ବିବାହ କରିଥିଲେ । ତାଙ୍କର ୫ ବର୍ଷର ଏକ କନ୍ୟା ସନ୍ତାନ ମଧ୍ୟ ଅଛି । ତେଵେ ଗତ କିଛି ମାସ ହେବ ମହିଳା ଜଣକ ସୋସିଆଲ ମିଡିଆ ଆପ ଆଜାଦ ପାକିସ୍ତାନ ଇସଲାମାବାଦର ଜଣେ ଯୁବକ ମହମ୍ମଦ ମାନ ସହ ପରିଚିତ ହୋଇଥିଲେ ।
ପରେ ପ୍ରେମ ସମ୍ପକ ବଢିଥିବାରୁ ମହିଳା ଜଣକ ପ୍ରେମିକ ପାଖକୁ ଯିବା ପାଇ ଇଚ୍ଛା ପ୍ରକାଶ କରିଥିଲେ । ମହିଳା ଜଣକ ସମ୍ବଲପୁରରୁ ଭୁବନେଶ୍ବର ଏବଂ ଅମୃତସରକୁ ଟ୍ରେନ ଯୋଗେ ପହଞ୍ଚିଥିଲେ । ପରେ ଅମୃତସରରୁ ବାହାରି ଗତ ୬ ତାରିଖ ଭାରତ - ପାକିସ୍ତାନ ସୀମା କରତାରପୁର କରିଡରକୁ ପହଞ୍ଚିଥିଲେ ।
କରୋନା ଯୋଗୁ କରିଡର ବନ୍ଦ ଥିବା ବେଳେ ବିନା ପାସପୋର୍ଟରେ ପାକିସ୍ତାନ ପ୍ରଵେଶ କରିବା ପାଇ ବିଏସଏଫ ଜବାନ ମନାକରିଥିଲେ । ମହିଳା ଜଣକ ପାକିସ୍ତାନ ଯିବା ପାଇ ଜିଦରେ ଅଟଳ ରହିବାରୁ ଯବାନ ମାନେ ଡେରାବାବା ନାନକ ପୋଲିସ ଷ୍ଟେସନକୁ ଆଣିଥିଲେ ।
ତେଵେ ମହିଳା ଜଣକ ପାଖରୁ ପୋଲିସ ୬୦ ଗ୍ରାମର ସୁନା ଗହଣା ଜବତ କରିଛି । ମହିଳା ଜଣକ ସବୁ କଥା ଥାନାରେ କହିବାପରେ ସମ୍ବଲପୁର ପୋଲିସକୁ ଯୋଗାଯୋଗ କରି ପରିବାର ଲୋକଙ୍କ ଡାକି ମହିଳାଙ୍କୁ ହସ୍ତାନ୍ତର କରିଛି ପୋଲିସ