ଆସନ୍ତା 16 ତାରିଖ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଠାରେ ଲାଗି ହେବାକୁଥିବା ପହଲିଭୋଗର ନୀତିକାନ୍ତି ଉପରେ ବିସ୍ତୃତ ଆଲୋଚନା ହୋଇ ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯିବ । କାଉ କା ରାବିବା ପୂର୍ବରୁ ପହିଲିଭୋଗ ହେବାର ନିୟମ ଓ ପରମ୍ପରା ରହିଥିବା ବେଳେ ଶ୍ରୀମନ୍ଦିର ଦ୍ବାରଫିଟା , ମଙ୍ଗଳ ଆଳତୀ, ଅବକାଶ, ମଇଲମ, ରୋଷହୋମ,ସୂର୍ଯ୍ୟ ପୂଜା, ଦ୍ବାରପାଳ ପୂଜା ଓ ପହିଲିଭୋଗ ନେଇ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇ ନୀତିନିର୍ଘଣ୍ଟ ବାହାରିବ ।
ଅନ୍ୟପଟେ ଆସନ୍ତା 2023 ଜାନୁୟାରୀ 6 ତାରିଖ ଦିନ ପୌଷ୍ୟ ପୂର୍ଣ୍ଣିମା ତିଥିରେ ମହାପ୍ରଭୁଙ୍କ ଦେବାଭିଷେକ ନୀତି ହେବ ଓ ଚତୁର୍ଦ୍ଧାବିଗ୍ରହଙ୍କୁ ସୁବର୍ଣ୍ଣ ବେଶରେ ବିଭୂଷିତ କରାଯିବ । ସେନେଇ ମଧ୍ୟ ନୀତିନିର୍ଘଣ୍ଟ ପାଇଁ ବୈଠକରେ ବିଭିନ୍ନ ନିଯୋଗର ସେବାୟତମାନଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଲୋଚନା କରିବେ ।
ଧର୍ମ ଓ ସଂସ୍କୃତି ଖବର ଆହୁରି ପଢ଼ନ୍ତୁ ।