ଆକରପାଲିରୁ ସୁକୁମା ଯିବା ରାସ୍ତାରେ ଏକ କିଲୋମିଟର ପରେ ରହିଛି ମାଙ୍ଗିପାଲିଦରବା ଗାଁ । ଏହି ଗାଁ ଛତିଶଗଡ଼ର ହୋଇଥିବାରୁ ଉଭୟ ରାଜ୍ୟର ସୀମା ଚିହ୍ନଟ ହୋଇଛି । କିନ୍ତୁ ବର୍ଷ ବର୍ଷ ଧରି ଓଡିଶା କିମ୍ବା ଛତିଶଗଡ଼ ସରକାରଙ୍କ ପକ୍ଷରୁ ଏହି ଲାଇନ୍ ସଫା କରାଯାଇନାହିଁ । ଛତିଶଗଡ଼ ରାଜ୍ୟ ସୀମା ଡେଇଁ ଓଡ଼ିଶାର ଆକରପାଲି ପର୍ଯ୍ୟନ୍ତ ରାସ୍ତା କରିଛି । ଏହି ସ୍ଥାନ ଆକରପାଲି ଗ୍ରାମବାସୀଙ୍କ ଜଙ୍ଗଲ ଜମି ବୋଲି କହିଛନ୍ତି । ସୁକମା ପାଖ ଅଞ୍ଚଳ ହୋଇଥିବାରୁ ଆକରପାଲି ଗାଁ ଲୋକେ ସୁକମା ବଜାର ଉପରେ ନିର୍ଭର କରନ୍ତି । ଛତିଶଗଡ଼ ସରକାର ପିଚୁ ରାସ୍ତା କରିଥିବାରୁ ଯିବା ଆସିବାରେ ସୁବିଧା ହେଉଥିଲେ ମଧ୍ୟ ଜମି ହରାଇବା ଭୟରେ ଅଛନ୍ତି ସ୍ଥାନୀୟ ଅଞ୍ଚଳ ବାସିନ୍ଦା ।