୨୦୨୪ ନିର୍ବାଚନ ଲଢେଇ ନେଇ ଚେଲ୍ଲା କୁମାର କହିଛନ୍ତି ଯେ , ନବୀନ ବାବୁ ୨୨ ବର୍ଷରେ କିଛି ଓଡ଼ିଶାରେ କରି ନାହାନ୍ତି। ଆମେ ସେହି ଷ୍ଟ୍ରାଟେଜିରେ ନିର୍ବାଚନ ଲଢ଼ିବୁ। ଉପନିର୍ବାଚନ ପ୍ରଚାର ପାଇଁ ମୁଁ ଖୁବଶୀଘ୍ର ଓଡିଶା ଯିବୁ ।
ବରିଷ୍ଟ ନେତା କଂଗ୍ରେସ ଶରତ ପଟ୍ଟନାୟକ ପିସିସିର ସଭାପତି ଭାବରେ ନିଯୁକ୍ତ ହୋଇଚନ୍ତି। AICC ପକ୍ଷରୁ ଏନେଇ ନୋଟିସ ହୋଇଛି। କଂଗ୍ରେସର ହାଇକମାଣ୍ଡ ତାଙ୍କ ନାମରେ ମୋହର ମାରିଛନ୍ତି। ସେ ପୁନର୍ବାର କଂଗ୍ରେସର ସଭାପତି ଭାବରେ ନିଯୁକ୍ତ ହୋଇଛନ୍ତି। ବହୁଦିନର ଛକାପଞ୍ଝା ପରେ ପିସିସିର ସଭାପତି ଭାବରେ ସେ ନିଯୁକ୍ତ ହୋଇଛନ୍ତି।