ପ୍ରଥମେ ବେହେରାଙ୍କ ଠାରୁ ଛେନା ଆସିଥାଏ । ଆଉ ସେଥିରେ ଭାଗ ମାପରେ ମଇଦା ଓ ଗୁଜୁରାତି ଗୁଣ୍ଡ ପକାଇ ଭଲ ଭାବରେ ଚକଟା ଯାଏ । ହାତରେ ଚକଟି ତାକୁ ଖୁବ ଭଲଭାବରେ କପଡ଼ା ସାହାଯ୍ୟରେ ଛୋଟ ଗୋଲ ଆକାରର ଛେନାକୁ ତେଲ କଢେଇରେ ପକା ଯାଏ l କଢେଇରୁ ଛଣା ଯିବା ପରେ ଗରମ ସିରାରେ ଝିଲ୍ଲୀକୁ ପକାଯାଏ l ଶିରାରେ ପ୍ରାୟ ଏମିତି ପ୍ରାୟ ତିରିଶ ମିନିଟର ପ୍ରୋସେସ ପରେ ବାହାରେ ଗରମ ଗରମ ସୁଆଦିଆ ଛେନାଝିଲ୍ଲୀ l
ଛେନା ଝିଲ୍ଲୀ ଭଳି ସୁଆଦିଆ ମିଠା ଖାଇବା ପାଇଁ ଦୈନିକ ଶହ ଶହ ସଂଖ୍ୟାରେ ଗାଡି ଲାଗିଥାଏ ଦୋକାନ ଆଗରେ l ଖାଲି ଖାଇବା ପାଇଁ ନୁହେଁ ପରିବାର, ବନ୍ଧୁ ବାନ୍ଧବ ଏବଂ ବିଭିନ୍ନ ପ୍ରକାର ସାମାଜିକ ପର୍ବ ପର୍ବାଣୀ ନିମନ୍ତେ ଗ୍ରାହକ ମାନେ ଏଠାରେ ଭିଡ଼ ଲଗାଇ ଥାନ୍ତି l ଅର୍କ କ୍ଷେତ୍ର କୋଣାର୍କ ଓ କାକଟପୁର ର ମା ମଙ୍ଗଳା ଙ୍କ ପୀଠ କୁ ବୁଲିବାକୁ ଆସିବେ ଯଦି ନିମାପଡାରେ ରହି ଝିଲ୍ଲୀ ନଖାଇବେ ମନରେ ଅବଶୋଷ ରହିଯିବ l
ଛେନାଝିଲ୍ଲୀ ପାଇଁ ନିମାପଡା ଆଜି ରାଜ୍ୟ, ଦେଶ ଓ ବିଦେଶ ରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି I ଅବଶୋଷର ବିଷୟ ହେଉଛି ଆଜି ପର୍ଯ୍ୟନ୍ତ ଝିଲ୍ଲୀ କୁ ଜି.ଆଇ ଟ୍ୟାଗ ଅନ୍ତର୍ଭୁକ୍ତ କରାଯାଇନି । ବଣମଲି ବଣରେ ଫୁଟି ଝଡି ଯିବା ପରି ଏହାର ସ୍ରଷ୍ଟା ସ୍ବର୍ଗତ ଆର୍ତ୍ତବନ୍ଧୁ ସାହୁଙ୍କ ନାମ ଆଜି ଅଲୋଡ଼ା ହୋଇ ପଡିଛି l
ରୋଷେଇ ଖବର ଆହୁରି ପଢ଼ନ୍ତୁ ।