ସପ୍ତାହେ ତଳେ ଚିକେନ୍ କେଜି ପ୍ରତି ୨୦୦ରେ ମିଳୁଥିଲା । ଏବେ ତାହା ବଢ଼ି ୨୭୦ରେ ପହଞ୍ଚିଲା । ସପ୍ତାହକ ଭିତରେ ୭୦ଟଙ୍କା ବଢିଛି। ବ୍ୟବସାୟିଙ୍କ ମତ କୁକୁଡା ଚିଆଁ ଆଉ କୁକୁଡା ଖାଦ୍ୟ ଦର ବୃଦ୍ଧି ଯୋଗୁ ହଠାତ୍ କରି ଚିକେନ୍ ରେଟ୍ ବଢିଛି। ଏପରିକି ଏହି ଦର ମାସକ ଭିତରେ ୩ଶହରେ ପହଞ୍ଚିପାରେ ବୋଲି କେତେକ ବ୍ୟବସାୟୀ କହୁଛନ୍ତି।
କୁକୁଡ଼ା ବ୍ୟବସାୟୀଙ୍କ ଅନୁସାରେ, ପୂର୍ବରୁ କୁକୁଡା ଦାନା ପ୍ୟାକେଟ ପିଛା ୧୭୦୦ ଟଙ୍କା ଥିଲା । ତାହା ଏବେ ୨୪୦୦କୁ ବଢ଼ିଛି । ଫଳରେ କମ୍ପାନି ସେମାନଙ୍କ ଖର୍ଚ୍ଚ ଚାପ କମାଇବା ପାଇଁ ଦର ବଢ଼ାଇଛନ୍ତି । ଯାହାର ପ୍ରଭାବରେ ଚିକେନ ଦର ଏବେ ପ୍ରାୟ ୨୭୦ ଟଙ୍କା ଛୁଇଁଛି । ହେଲେ ସାଧାରଣ ଗ୍ରାହକ ୨୬୦ ଟଙ୍କାରୁ ୨୭୦ ଟଙ୍କାରେ କିଣୁଥିବା ବେଳେ ଦରକୁ ନେଇ ଅସନ୍ତୋଷ ପ୍ରକଟ କରୁଛନ୍ତି ।
ସାରା ଦେଶରେ ଏବେ ବିବାହ ଋତୁ ଚାଲିଛି । ବିବାହ ଭୋଜିରେ ଚିକେନ୍ ମେନ୍ୟୁ ମୁଖ୍ୟ ଖାଦ୍ୟ ହୋଇଥିବା ବେଳେ ଅହେତୁକ ଦର ବୃଦ୍ଧି ସମସ୍ତଙ୍କୁ ଚିନ୍ତାରେ ପକାଇଛି।