ମୁଣ୍ଡଳିରେ ଫସିଥିବା ହାତୀକୁ ଉଦ୍ଧାର କରିବାବେଳେ ଘଟିଥିଲା ଅଘଟଣ । ଆଜି ପୈତୃକ ଗାଁ କେନ୍ଦୁଝର ଜିଲ୍ଲା ରାଜନଗର ପଞ୍ଚାୟତର ରାଇକଳା ନିକଟ ବୈତରଣୀ ନଦୀ କୂଳରେ ଆଜି ସାକଳୁ ତାଙ୍କର ଶେଷକୃତ ସମ୍ପନ୍ନ ହୋଇଛି । ପୁରା ଗାଁ ରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଲୁହରେ ଭିଜିଛି ପୁରା ଗାଁ । ତାଙ୍କର ଶେଷ ଦର୍ଶନ ପାଇଁ ଲୋକାରଣ୍ୟ ହୋଇପଡିଥିଲା ଶ୍ମଶାନ । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଆମ ମାଟିର ଗର୍ବ, ଆମ ମାଟିର ବୀର ପୁତ୍ର ଥିଲା ଅରିନ୍ଦମ ।
ଯୁବ ସାମ୍ବାଦିକ ଅରିନ୍ଦମଙ୍କ ମୃତ୍ୟୁ ପରେ ଓଡିଶାର ସମଗ୍ର ସାମ୍ୱାଦିକ ମହଲରେ ଶୋକର ଛାୟା ଖେଳି ଯାଇଛି । ଅରିନ୍ଦମ 1982 ମସିହାରେ କେନ୍ଦୁଝର ଜିଲ୍ଲା ରାଜନଗରରେ ଜନ୍ମଗ୍ରହଣ କରିଥିଲେ । 2002 ମସିହାରେ ଧରଣୀଧର ମହାବିଦ୍ୟାଲୟରେ ଅଧ୍ୟୟନ ସରିବା ପରେ ସାମ୍ୱାଦିକତାକୁ ପେଶା କରିଥିଲେ । ଜଣେ ନିର୍ଭୀକ ସାମ୍ବାଦିକ ଭାବ ରେ କେନ୍ଦୁଝର ବାସୀଙ୍କ ହୃଦୟ ଜିତିଥିବା ବେଳେ ପୁରା କେନ୍ଦୁଝର ତାଙ୍କର ଅକାଳ ମୃତ୍ୟୁ ଖବର ମିଳିବା ପରେ ସମସ୍ତେ ସ୍ତବ୍ଧ ହୋଇପଡିଛନ୍ତି ।