ସ୍ବାଭାବିକତା ଫେରିବା ପରେ ଏହାକୁ ପୁନଃ ଆରମ୍ଭ କରାଯାଇଥିଲା । CM ଅଭିଯୋଗ ସେଲ୍ CMO ଦ୍ବାରା ପରିଚାଳିତ ଏବଂ ମୋର ନିର୍ଦ୍ଦେଶ ଅନୁଯାୟୀ CMOର ଅଧିକାରୀମାନେ ରାଜ୍ୟର ସମସ୍ତ ଜିଲ୍ଲାରେ ବିକେନ୍ଦ୍ରୀକରଣ ଅଭିଯୋଗ ସେଲ୍ ପରିଚାଳନା କରିଥିଲେ । 6 ମାସ ମଧ୍ୟରେ 190 ରୁ ଅଧିକ ସ୍ଥାନରେ କରାଯାଇଥିଲା । ଏହି ପ୍ରକ୍ରିୟାରେ ଲୋକଙ୍କ ଠାରୁ 57,442 ଟି ଆବେଦନ ସଂଗ୍ରହ କରାଯାଇଥିଲା ଏବଂ ଆଜି ତାରିଖ ସୁଦ୍ଧା 43,536 ଟି ଆବେଦନ ସମାଧାନ ହୋଇସାରିଛି ।
ଆବେଦନକାରୀଙ୍କୁ ଲିଖିତ ଉତ୍ତର ଦିଆଯାଏ ଏବଂ ମୋ ସରକାର ମାଧ୍ୟମରେ ଫୋନ୍ କଲଗୁଡିକ ମତାମତ ଦିଆଯାଏ । ଏହା ସବୁଠାରୁ ବଡ ଏବଂ ପ୍ରଭାବଶାଳୀ ଲୋକମାନଙ୍କର ଅଭିଯୋଗ ସମାଧାନ ବୋଲି ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ । 57442 ଅଭିଯୋଗ ପତ୍ର ଗ୍ରହଣ କରିବା ପାଇଁ ହେଲିକପ୍ଟର ବ୍ୟବହାର ହୋଇଥିଲା । ସାଢେ ତିନି ବର୍ଷରେ 40 କୋଟି ଟଙ୍କା ଖର୍ଚ୍ଚ ହୋଇଛି। ମାସକୁ ଏକ କୋଟିରୁ ଦେଢ଼ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ବିରୋଧି ଆଣିଥିବା ଅଭିଯୋଗ ସମ୍ପୂର୍ଣ ମିଥ୍ୟା, ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରାଯାଉଛି ।
ଆହୁରି ପଢନ୍ତୁ ଓଡିଶା ଖବର...