ଏହି ମିଶନର ପ୍ରଥମ ପର୍ଯ୍ୟାୟରେ ଜମି ଅଧିକାର ପ୍ରଦାନ ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା । ୨ୟ ପର୍ଯ୍ୟାୟରେ ବସ୍ତିଗୁଡ଼ିକର ବିକାଶ କରି ସେସବୁକୁ ସହର ମୁଖ୍ୟ ଜୀବନଧାରା ସହ ସଂଯୁକ୍ତ କରିବା ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ଚଳିତ ବର୍ଷ ଶେଷସୁଦ୍ଧା ‘ଉଷା’ ସର୍ଭେ ମାଧ୍ୟମରେ ଚିହ୍ନିତ ସମସ୍ତ ବସ୍ତିର ବିକାଶ ସାଧନ କରିବା ପାଇଁ ଶ୍ରୀ ମହାପାତ୍ର ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
କର୍ମଶାଳାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା କହିଥିଲେ ଯେ ସହର ଅନ୍ତର୍ଗତ ଜଙ୍ଗଲ ଜମିରେ ରହିଥିବା ପୁରୁଣା ବସ୍ତିଗୁଡ଼ିକରେ ଜମି ଅଧିକାର ଏବଂ ଉନ୍ନୟନ ମୂଳକ କାର୍ଯ୍ୟନିମନ୍ତେ ଥିବା ଆଇନଗତ ଆବଶ୍ୟକତା ଆଦିକୁ ବିଚାର କରି ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟାନ୍ୱୟନ ପଦ୍ଧତି (ଏସ୍.ଓ.ପି.) ସ୍ଥିର କରାଯାଇଛି । ମୁଖ୍ୟ ଶାସନ ସଚିବଙ୍କ ପ୍ରଦର୍ଶିତ ମାର୍ଗରେ ଉଭୟ ନଗର ଓ ଗୃହ ଉନ୍ନୟନ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ମିଳିତ ଭାବେ ଏହି ଏସ୍.ଓ.ପି. ପ୍ରସ୍ତୁତ କରିଛନ୍ତି ।
ନଗର ଓ ଗୃହ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଜି. ମାଥିଭାଥାନନ୍ କହିଥିଲେ ଯେ, ଓଡ଼ିଶାର ଯାଗା ମିଶନ୍ ଆନ୍ତର୍ଜାତୀୟ ସ୍ୱୀକୃତି ଲାଭ କରିଛି । ଏଥିପାଇଁ ଓଡ଼ିଶାକୁ ବିଶ୍ୱ ବସତି ପୁରସ୍କାର-୨୦୧୮, ଏବଂ ଏସିଆ-ପ୍ରଶାନ୍ତ ଆବାସିକ ପୁରସ୍କାର-୨୦୨୧ ରେ ସମ୍ମାନିତ କରାଯାଇଛି