ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବିଦ୍ୟୁତ ଚାହିଦା ବଢ଼ୁଛି । ପିକ ସମୟରେ 10 ପ୍ରତିଶତ ଅଧିକ ଚାହିଦା ରହୁଛି । ରାଜ୍ୟରେ ବର୍ତ୍ତମାନ ବିଜୁଳି ଯୋଗାଣରେ ଯେଉଁ ସମସ୍ୟା ରହିଛି ତାହା ସାମୁହିକ ସମସ୍ୟା । ଦିନ ସମୟରେ ବିଜୁଳି ଯୋଗାଣରେ ଯେପରି କୌଣସି ଅସୁବିଧା ନହେବ ସେନେଇ ଡ଼ିସକମମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଆଇଆଇପି ବା ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥାମାନଙ୍କୁ କୋଇଲା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଅସହ୍ୟ ଗରମ ସାଙ୍ଗକୁ ଘନଘନ ବିଜୁଳି କାଟ୍ । ତାତି ସାଙ୍ଗକୁ ବିଦ୍ୟୁତ କଟିବା କଷ୍ଟକୁ ଅଧିକ ବଢ଼ାଉଛି । ତେବେ ଆଗକୁ ଆହୁରି ଜଟିଳ ହୋଇପାରେ ଏହି ସମସ୍ୟା । ବିଭିନ୍ନ ସ୍ଥାନରେ ବିଦ୍ରୋହ ଓ ଅସନ୍ତୋଷର ଖବର ଆସିବା ପରେ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଏହି ବୈଠକରେ ଗ୍ରୀଡକୋ, ଓପିଟିସିଏଲ୍ ଓ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ବିତରଣ କମ୍ପାନୀର ପ୍ରମୁଖ ଅଧିକାରୀମାନେ ଯୋଗ ଦେଇଥିଲେ ।