ଦିନକୁ ଦିନ ରାଜଧାନୀରେ ଚୋରୀ, ଅପହରଣ ପରି ଅନେକ ଅପରାଧ ହେଉଥିବାବେଳେ ରାଜଧାନୀବାସୀନ୍ଦା କେତେ ସୁରକ୍ଷିତ ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।
ରାଜଧାନୀରେ ପିଲା ଚୋରି ଅଭିଯୋଗ , ସିସିଟିଭରେ କଏଦ ଦୃଶ୍ୟ

ଭୁବନେଶ୍ୱର: ରାଜଧାନୀରେ ପିଲା ଚୋରି ଅଭିଯୋଗ । ଗତକାଲି ପ୍ରଶାନ୍ତି ବିହାରରେ ୧୨ବର୍ଷୀୟ ନାବାଳକ ଶୁଭମଙ୍କୁ କିଛି ଲୋକେ ଅପହରଣ କରି ନେଇଥିଲେ । ଶୁଭମଙ୍କୁ ଦୁର୍ବୃତ୍ତମାନେ ଏକ କାର ଯୋଗେ ବାରଙ୍ଗ ଆଡକୁ ନେଇଯାଉଥିବା ବେଳେ ସେ ଚତୁରତାର ସହ ଖସି ଆସିଥିଲେ । ଏହାପରେ ଶୁଭମ ଏକ ଫଳ ଦୋକାନରୁ ନିଜ ପରିବାର ଲୋକଙ୍କୁ ଫୋନ କରିଥିଲେ । ଅପହରଣର ଏହି ଦୃଶ୍ୟ ସିସିଟିଭରେ କଏଦ ହୋଇଛି ।
Download Argus News App
